Author: TRUPTIMAYEE SAHOO

ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ ଯେଉଁ ପବିତ୍ର ସ୍ୱର୍ଗଦ୍ୱାରରେ ମୁକ୍ତି ଲାଭ ଆଶାରେ ରାଜ୍ୟ ତଥା ଦେଶର କୋଣଅନୁକୋଣରୁ ଶହ ଶହ ଲୋକ ନିଜ ଆତ୍ମୀୟସ୍ୱଜନଙ୍କ ମରଶରୀର ନେଇ ଆସନ୍ତି, ସେହିଠାରେ ଏବେ ଅବର୍ଣ୍ଣନୀୟ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଶ୍ରୀକ୍ଷେତ୍ର ପୁରୀସ୍ଥିତ ଐତିହାସିକ ସ୍ୱର୍ଗଦ୍ୱାର ଶ୍ମଶାନରେ ଉତ୍କଟ ଜାଳେଣି କାଠ ସଙ୍କଟ ଦେଖାଦେବା ଫଳରେ ଶବ ସତ୍କାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ମୃତଦେହ ଦାହ କରିବା ପାଇଁ ଆସିଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଜାଳେଣି କାଠ ଟିକକ ପାଇଁ ଦୀର୍ଘ ୪ ରୁ ୫ ଘଣ୍ଟା କାଳ ଖରା-ଗୁଳୁଗୁଳିରେ ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ସ୍ୱର୍ଗଦ୍ୱାର ପରିସରରେ ଶବଗୁଡ଼ିକ ଧାଡ଼ି ବାନ୍ଧି ପଡ଼ିରହିବା ସହ ଶୋକାକୁଳ ଆତ୍ମୀୟମାନଙ୍କ ମଧ୍ୟରେ ଚରମ ଅସନ୍ତୋଷ ଓ କ୍ରୋଧ ପ୍ରକାଶ ପାଇଛି। କାଠ ନାହିଁ, ଚାଲିପାରୁନି ଚୁଲା: ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ଶବ ପ୍ରତ୍ୟହ ପୁରୀ ସ୍ୱର୍ଗଦ୍ୱାରକୁ ହାରାହାରି ୭୦ ରୁ ୧୦୦ ମୃତଦେହ…

Read More