Author: TRUPTIMAYEE SAHOO

ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନ (ମୌସୁମୀ ଅଧିବେଶନ) ର ତୃତୀୟ ଦିବସରେ ମଧ୍ୟ ପ୍ରବଳ ଝଡ଼ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟମନ) ଆଇନ—MMDR ସଂଶୋଧନ ଆଇନ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପି ସରକାରକୁ ଘେରିବା ଫଳରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖକୁ ଧସେଇ ପଶି ହୋହଲ୍ଲା ଓ ନାରାବାଜି କରିଥିଲେ। ଗୃହରେ ପ୍ରବଳ ଅଚଳାବସ୍ଥା ଲାଗିରହିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। କ’ଣ ଏହି MMDR ବିବାଦ? ବିରୋଧୀଙ୍କ ଗମ୍ଭୀର ଅଭିଯୋଗ ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ MMDR ସଂଶୋଧନ ଆଇନକୁ ନେଇ…

Read More