Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ଏବେ ଏକ ନୂଆ ନାଟକ ଆରମ୍ଭ ହୋଇଛି! ଆପଣମାନେ ଓଡ଼ିଶାର ପାରମ୍ପରିକ ଯାତ୍ରା କଳା, ବିଶେଷ କରି ଖୋଲା ମଞ୍ଚରେ ହେଉଥିବା “ଡବଲ୍ ପେଣ୍ଡାଲ୍” ନାଟକ ସମ୍ପର୍କରେ ନିଶ୍ଚୟ ଜାଣିଥିବେ। ୧୯୮୦ ଦଶକରେ ଗୋଟିଏ ପଟେ ମଞ୍ଚ, ଆଉ ଗୋଟିଏ ପଟେ ଆଉ ଏକ ପେଣ୍ଡାଲ୍— ଦୁଇଟି ମଞ୍ଚକୁ ମିଶାଇ କରାଯାଉଥିବା ଏହି ଅଭିନୟ ଯାତ୍ରା ଜଗତରେ ଏକ ବିପ୍ଳବ ଆଣିଥିଲା। କିନ୍ତୁ ଆଜି ଆମେ କୌଣସି ପୌରାଣିକ କିମ୍ବା ସାମାଜିକ ଯାତ୍ରା କଥା କହୁନାହୁଁ। ଆଜି ଆମର ଚର୍ଚ୍ଚାର ବିଷୟ ହେଉଛି— ଆମ ରାଜ୍ୟର ମୁଖ୍ୟ ବିରୋଧୀ ଦଳ, ଅର୍ଥାତ୍ ବିଜୁ ଜନତା ଦଳ ବା ବିଜେଡିର ସେହି ସମାନ “ଡବଲ୍ ପେଣ୍ଡାଲ୍” ରାଜନୈତିକ ନାଟକ! କିପରି ଏହି ନାଟକର ଲେଖକ, ନିର୍ଦ୍ଦେଶକ ଏବଂ କଳାକାରମାନେ ବିଧାନସଭା ଭିତରେ ଏବଂ ରାଜରାସ୍ତାରେ ଏକ ସମୟରେ ଭିନ୍ନ ଭିନ୍ନ ଅଭିନୟ କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଛନ୍ତି। …

Read More