Author: TRUPTIMAYEE SAHOO

ଦେଶରେ ଆରଟିଆଇ କାର୍ଯ୍ୟକଳାପ ସମ୍ପର୍କରେ କଡ଼ା ମତାମତ ଦେଇ ସୁପ୍ରିମକୋର୍ଟ ସୋମବାର ଜଣେ କର୍ମୀ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସେମାନଙ୍କ ଉପରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ବାଧା ଦେବାର ଅଭିଯୋଗ ରହିଛି । ‘ଆରଟିଆଇ କାର୍ଯ୍ୟକଳାପ ଏବେ ଏକ ନୂତନ ବ୍ୟବସାୟ ପାଲଟିଛି’ ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଖଣ୍ଡପୀଠ ଆରଟିଆଇ କର୍ମୀ ରାକେଶ କୁମାର ବହଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ପିଟିଆଇ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ମଧ୍ୟ ପ୍ରଶ୍ନ କରିଥିଲେ ଯେ,’ସେମାନେ କେଉଁ କ୍ଷମତାରେ ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିବାକୁ ଚେଷ୍ଟା କରୁଛନ୍ତି।’ “ଆରଟିଆଇ କାର୍ଯ୍ୟକଳାପ ଏବେ ଏକ ନୂତନ ବ୍ୟବସାୟ ପାଲଟିଛି । କେନ୍ଦ୍ର ସରକାର ପାଣ୍ଠି ଜାରି କରିଛନ୍ତି ; ଏହା ରାସ୍ତା ନିର୍ମାଣ ଦେଖାଶୁଣା…

Read More