Author: TRUPTIMAYEE SAHOO
ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଇଥିବା ନୂତନ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍, ମୁଦ୍ରଣ ତ୍ରୁଟି ଓ ତଥ୍ୟଗତ ବିଭ୍ରାଟ ମାମଲା ଏବେ ଦେଶର ସର୍ବୋଚ୍ଚ ପ୍ରଶାସନିକ ସ୍ତରରେ ପହଞ୍ଚିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଏକ ବିସ୍ତୃତ ରିପୋର୍ଟ ତଲବ କରିଛି। ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ଘଟଣାରେ ପିଏମ୍ଓର ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ରାଜ୍ୟ ପ୍ରଶାସନିକ ମହଲ ତଥା ଶିକ୍ଷା ବିଭାଗରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। କୋମଳମତି ଶିଶୁଙ୍କ ହାତରେ ଭୁଲ୍ ବହି: ବିବାଦର ପୃଷ୍ଠଭୂମି ଚଳିତ ଶିକ୍ଷାବର୍ଷରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଆଧାରରେ ପ୍ରସ୍ତୁତ କରାଯାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ବଣ୍ଟନ କରାଯାଇଥିଲା। ତେବେ ବହିଗୁଡ଼ିକ ଛାତ୍ରଛାତ୍ରୀଙ୍କ ହାତକୁ ଯିବା ମାତ୍ରେ ସେଥିରେ ଥିବା ସାଂଘାତିକ…
