Author: TRUPTIMAYEE SAHOO

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର ଘୋଷଣା କରିଛନ୍ତି ଯେ ଭାରତ-ବାଂଲାଦେଶ ସୀମାରେ ବାଡ଼ ଦେବେ ସୀମା ସୁରକ୍ଷା ବାହିନୀ । ବିଏସଏଫ କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ ଏବଂ ୪୫ ଦିନ ମଧ୍ୟରେ ହସ୍ତାନ୍ତର କରାଯିବ । ଏହି ନିଷ୍ପତ୍ତି ବାଂଲାଦେଶରୁ ଅବୈଧ ଅନୁପ୍ରବେଶର ମୁକାବିଲା କରିବା ପାଇଁ କେନ୍ଦ୍ରିତ ବିଜେପିର ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି ।  ବିଧାନସଭା ନିର୍ବାଚନରେ ​​ବିଜେପିର ବିପୁଳ ବିଜୟ ପରେ, ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଥିଲା ପ୍ରଥମ କ୍ୟାବିନେଟ ବୈଠକ । ଯେଉଁଥିରେ ଅଧ୍ୟକ୍ଷତା କରି, ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଭାରତ-ବାଂଲାଦେଶ ସୀମାରେ ବାଡ଼ ଦେବା ପାଇଁ ଆବଶ୍ୟକ ଜମିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବିଏସଏଫ ପାଇବ। “ଆଜି ଆମର ପ୍ରଥମ କ୍ୟାବିନେଟ ବୈଠକରେ, ଆମେ ଜମି ବିଏସଏଫକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ । ଏହି ପ୍ରକ୍ରିୟା ଆଜି ଆରମ୍ଭ ହେଉଛି ଏବଂ…

Read More