Author: TRUPTIMAYEE SAHOO

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ବିଜୟ ନେଇଛନ୍ତି ତାଙ୍କର ପ୍ରଥମ ପ୍ରମୁଖ ପ୍ରଶାସନିକ ନିଷ୍ପତ୍ତି । ମଙ୍ଗଳବାର ଦିନ ରାଜ୍ୟ ସାରା ଥିବା ପୂଜାସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟାଣ୍ଡ ନିକଟରେ ଥିବା ୭୧୭ଟି ରାଜ୍ୟ ପରିଚାଳିତ ଖୁଚୁରା ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଏହି ନିର୍ଦ୍ଦେଶରେ କର୍ତ୍ତୃପକ୍ଷଙ୍କୁ ମନ୍ଦିର, ମସଜିଦ, ଚର୍ଚ୍ଚ, ସ୍କୁଲ, କଲେଜ ଏବଂ ବସ୍ ଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ଖୋଲିଥିବା ସମସ୍ତ ତାମିଲନାଡୁ ରାଜ୍ୟ ମାର୍କେଟିଂ କର୍ପୋରେସନ (ତାସମାକ୍) ଦୋକାନକୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାମିଲନାଡୁ ସରକାରଙ୍କ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ମୋଟ ୪,୭୬୫ଟି ତାସମାକ୍ ଖୁଚୁରା ମଦ ଦୋକାନ ଅଛି । ବନ୍ଦ କରିବା ପାଇଁ ଚିହ୍ନଟ ହୋଇଥିବା ୭୧୭ଟି ମଧ୍ୟରୁ ୨୭୬ଟି ପୂଜାସ୍ଥଳ ନିକଟରେ, ୧୮୬ଟି ଶିକ୍ଷାନୁଷ୍ଠାନ ନିକଟରେ ଏବଂ ୨୫୫ଟି ବସ୍ ଷ୍ଟାଣ୍ଡ…

Read More