Author: TRUPTIMAYEE SAHOO

ଦିନକୁ ଦିନ ବଢିଚାଲିଛି ଦେଶରେ ରେଳ ଦୁର୍ଘଟଣା । ବାହାନଗା ର ରେଳ ଛାତିଥରା ଦୃଶ୍ୟ ଦେଖିବା ପରେ ଟ୍ରେନରେ ଯାତ୍ରା କରିବାକୁ ଦୁଇ ଥର ଭାବୁଛନ୍ତି ଯାତ୍ରୀ । କିନ୍ତୁ ଥମିବାର ନାଁ ଧରୁନି ଏଭଳି ମରଣାନ୍ତକ ଦୁର୍ଘଟଣା । ଗତ କାଲି ମଇ ୧୭ରେ ତିରୁବନନ୍ତପୁରମ ରୁ ହଜରତ ନିଜାମୁଦ୍ଦିନ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଏକ ଭୟାବହ ଅଗ୍ନିକାଣ୍ଡ ପରେ ଆଜି ସକାଳେ ବିହାରର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନରେ ପୁଣି ଏକ ଯାତ୍ରୀବାହୀ ଟ୍ରେନରେ ଲାଗିଛି ନିଆଁ । ସୌଭାଗ୍ୟବଶତଃ, ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିଲା । ସେହି ବଗିରେ ଥିବା ସମସ୍ତ ୬୮ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ତେବେ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଏବେ ଅନେକ ପ୍ରଶ୍ନ ଉଠାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ହେଉଛି ଦିଲ୍ଲୀର ଯେକୌଣସି ରେଳ ଷ୍ଟେସନରେ…

Read More