Author: TRUPTIMAYEE SAHOO

କଫି ଏବଂ ଚା ବିଶ୍ୱ ପାନୀୟ ବଜାରରେ ସବୁଠୁ ପ୍ରାଧାନ୍ୟ ଓ ଅଧିକ ମାତ୍ରାରେ ବ୍ୟବହୃତ ପାନୀୟ ହିସାବରେ ଧରାଯାଏ । କଫି ବିଶ୍ୱବ୍ୟାପୀ ସର୍ବାଧିକ ବ୍ୟବହୃତ ପାନୀୟ ହୋଇଥିଲେ ମଧ୍ୟ, ଭାରତରେ ଚା ନିର୍ବିବାଦୀୟ ନେତା ଭାବରେ ଆଜିବି ଠିଆ ହୋଇ ରହିଛି । ‘ଲୋକାଲ ସର୍କଲ’ ଦ୍ୱାରା କରାଯାଇଥିବା ଏକ ଦେଶବ୍ୟାପୀ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁଯାୟୀ, ୬୯% ଉତ୍ତରଦାତା ଚା’ କୁ ସେମାନଙ୍କର ପ୍ରାଥମିକ ପସନ୍ଦ ଭାବରେ ଚିହ୍ନଟ କରିଛନ୍ତି, ଯେତେବେଳେ କି ୨୬% କଫି ବାଛିଛନ୍ତି । ଏହା ବ୍ୟତୀତ, ସର୍ଭେ ସୂଚାଇ ଦେଇଛି ଯେ ୪୫% ଭାରତୀୟ ପ୍ରତିଦିନ ତିନି କିମ୍ବା ଅଧିକ କପ୍ ଚା କିମ୍ବା କଫି ବ୍ୟବହାର କରନ୍ତି । ସର୍ଭେରୁ ଜଣାପଡ଼ିଛି ଯେ ଦେଶର ଉତ୍ତର, ପୂର୍ବ ଏବଂ ପଶ୍ଚିମ ଅଞ୍ଚଳରେ ଚା ୮୦% ରୁ ଅଧିକ ବଜାରରେ ଚାହିଦାରେ ରହିଥାଏ । ବିପରୀତ…

Read More