Author: TRUPTIMAYEE SAHOO

ରାଜଧାନୀରେ ଅନିୟମିତତା ହୋଇଥିବା ଅଭିଯୋଗ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଯୋଜନାପାଇଁ ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ସ୍ଥାନୀୟ ପୌର ସଂସ୍ଥା ହିତାଧିକାରୀ ତାଲିକାରେ ସାମିଲ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ବିଜେଡି ନେତୃତ୍ୱାଧୀନ ସରକାର ସମୟରେ ତାଲିକାଭୁକ୍ତ ହୋଇଥିବା ଜାଗା ମିଶନର ନକଲି ହିତାଧିକାରୀଏବେ ପିଏମ୍ ଆବାସ ଯୋଜନାରେ ଘର ହଡ଼ପ କରିବାକୁ ବାଟ ବାହାର କରିଛନ୍ତି ବୋଲି କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଏହି ମହତ୍ୱାକାଂକ୍ଷୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଥିବା ସତ୍ତ୍ୱେ, ବିଶେଷ କରି ରାଜଧାନୀର ୱାର୍ଡ ନମ୍ବର ୪୯ (ଫୁଲେଶ୍ୱରୀ ବସ୍ତି)ରେ ଏହି ଅନିୟମିତତା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଜମି ଅନୁଦାନରେ ଅବ୍ୟବସ୍ଥାର ସମାଧାନ ପାଇଁ ତଦନ୍ତ ଚାଲିଛି। ବିବାଦୀୟ…

Read More