Author: TRUPTIMAYEE SAHOO

ଆକ୍ସନ ମୋଡ଼ରେ ବିଡ଼ିଏ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଲିଜ୍ ହୋଲ୍ଡ ଜମିକୁ ଫ୍ରିହୋଲ୍ଡ ଜମିରେ ପରିଣତ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ବର୍ତ୍ତମାନ ସୁଦ୍ଧା ବିଡିଏ ପକ୍ଷରୁ ଦାଖଲ ହୋଇଥିବା ୮୬୭ଟି ଆବେଦନ ମଧ୍ୟରୁ ୫୮୦ଟି କନଭିୟାନ୍ସ ଡିଡ୍ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ଅନଲାଇନରେ ୪୬୨ଟି ଆବେଦନ ଆସିଛି ବୋଲି ଜଣାପଡ଼ିଛି। ଅନ୍ ଲାଇନ୍ ରେ ଆବେଦନ କରିବାକୁ ଇଚ୍ଛୁକ ବ୍ୟକ୍ତିମାନେ https://bda.gov.in/ ବିଡିଏୱେବସାଇଟ୍ ଜରିଆରେ ଆବେଦନ କରିପାରିବେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପଦକ୍ଷେପର ପ୍ରଥମ ପର୍ଯ୍ୟାୟରେ ୨୪ଟି ଆବାସ ଯୋଜନାକୁ ରୂପାନ୍ତର ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଯୋଜନାଗୁଡ଼ିକ ହେଲା ପୋଖରୀପୁଟ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ, ଚନ୍ଦ୍ରଶେଖରପୁରରେ ପ୍ରାଚୀ ଏନକ୍ଲେଭ୍ ଯୋଜନା, ଚନ୍ଦ୍ରଶେଖରପୁରର ଲୁମ୍ବିନୀ ବିହାର ଆବାସ ଯୋଜନା, ପାତ୍ରପଡ଼ାର ଉଦୟଗିରି ବିହାର ଓ ଭୀମପୁର ଅଞ୍ଚଳର ଲିଙ୍ଗରାଜ ବିହାର। ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଆବାସ ଯୋଜନାକୁ ଅନ୍ତର୍ଭୁକ୍ତ କରିବାକୁ…

Read More