Author: TRUPTIMAYEE SAHOO

ଓଡ଼ିଶା ଭିଜିଲାନ୍ସ ଇତିହାସରେ ୧ କୋଟିରୁ ଅଧିକ ନଗଦ ଜବତର ତାଲିକା ଘରେ ଗଦା କରିଥିଲେ ପୁଳାପୁଳା ଟଙ୍କା। ଠୁଳ କରିଥିଲେ ସୁନା ଅଳଙ୍କାର। ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା। ଜୟପୁର ଓ ଭୁବନେଶ୍ୱରରେ ରହିଛି ୪ଟି ଦାମୀ ପ୍ଲଟ୍। ଗୋଟିଏ କାର, ଦୁଇଟି ବାଇକ୍, ବୀମା, ବ୍ୟାଙ୍କ ଜମା ଏମିତି କାହିଁ କେତେ ସମ୍ପତ୍ତି। କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଚଢ଼ଉ କରୁଥିବା ଭିଜିଲାନ୍ସ ଟିମ୍‌ ତାଜୁବ୍‌ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ ଜାରି ରହିଥିଲେ ସୁଦ୍ଧା ପୂରା ସଂପତ୍ତିର ଆକଳନ ଏଯାଏଁ କରିପାରିନି ଭିଜିଲାନ୍ସ ଟିମ୍। ବୁଧବାର ଭୋର୍‌ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ। ଜୟପୁର…

Read More