Author: TRUPTIMAYEE SAHOO

prayagraj: ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କଲେ ପ୍ରାର୍ଥନା ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରୟାଗରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି । ତାଙ୍କ ସହିତ ତାଙ୍କ ପରିବାର ମଧ୍ୟ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ପବିତ୍ର ସ୍ନାନ କରିବା ପୂର୍ବରୁ ସେମାନେ ସଙ୍ଗମରେ ପୂଜାର୍ଚ୍ଚନା କରିଥିଲେ । ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରୟାଗରାଜ୍ ତ୍ରିବେଣୀ ସଂଗମରେ ସ୍ନାନ କରିବା ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ ।  ଏହା କେବଳ ଗଙ୍ଗା, ଯମୁନା, ସରସ୍ୱତୀର ସଙ୍ଗମ ସ୍ଥଳ ନୁହେଁ,…

Read More