Author: TRUPTIMAYEE SAHOO

Odisha Police: ମିଳିଲା ୫ ସ୍ୱର୍ଣ୍ଣ, ରୌପ୍ୟ, ୪ କାଂସ୍ୟ ପଦକ ଫେବୃଆରି ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ଏହି ଚାମ୍ପିଅନଶିପ୍ ରେ ଓଡ଼ିଶା ପୁଲିସ ୱାଟରସ୍ପୋର୍ଟସ ଦଳ  ବିଭିନ୍ନ ପ୍ରତିଯୋଗିତାରେ ୫ ସ୍ୱର୍ଣ୍ଣ ପଦକ, ୧ ରୌପ୍ୟ ପଦକ, ୪ କାଂସ୍ୟ ପଦକ  ଜିତି ବିରଳ ସଫଳତା ହାସଲ କରିଛନ୍ତି। ରାଜ୍ୟ ପୁଲିସର କ୍ରୀଡ଼ାବିତଙ୍କ ଏହି ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ  ଖେଳାଳିଙ୍କ ଅସାଧାରଣ ପ୍ରତିବଦ୍ଧତା ଏବଂ କ୍ରୀଡ଼ା ଉତ୍କର୍ଷତା ପ୍ରତି ସେମାନଙ୍କ ଅବଦାନ ପାଇଁ  ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ବିଜୟ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଜଳକ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। (ରୋଇଂ ମହିଳା ବିଭାଗ ୨୦୦୦ ମିଟର)…

Read More