Author: TRUPTIMAYEE SAHOO

Odisha: ଏଥିପାଇଁ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଶିମିଳିପାଳରେ ଏଆଇ ପରୀକ୍ଷଣ ସଫଳ ହେବା ପରେ ରାଜ୍ୟ ସରକାର ପ୍ରାୟ ୧୫୦ କୋଟି ଟଙ୍କା ବିନିଯୋଗରେ ଚଳିତ ବର୍ଷ ସାତକୋଶିଆ ଓ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ସର୍ଭେଲାନ୍ସ ବ୍ୟବସ୍ଥାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏଆଇ କ୍ୟାମେରା ଭିତ୍ତିକ ସର୍ଭିଲାନ୍ସ ଜଙ୍ଗଲ ତଦାରଖ ଓ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥାରେ ନୂତନ ଅଧ୍ୟ ଯୋଡ଼ିଥିବା ବେଳେ ରାଉରକେଲାରେ ମଧ୍ୟ ଏଭଳି ଅଭିଯାନ ଏହି ଅଞ୍ଚଳରେ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ଫଳରେ ସରକାର ଏହି ବ୍ୟବସ୍ଥାକୁ ଅନ୍ୟ ଅଭୟାରଣ୍ୟ ଓ ଜଙ୍ଗଲ ଅଭୟାରଣ୍ୟରେ ବିସ୍ତାର କରିବାକୁ ଯୋଜନା ରଖିଛନ୍ତି। ଚଳିତବର୍ଷ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସମେତ ଢେଙ୍କାନାଳ, ଅନୁଗୁଳ, ସାତକୋଶିଆ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନକୁ ଅନ୍ତର୍ଭୁକ୍ତ ସାତକୋଶିଆ…

Read More