Author: TRUPTIMAYEE SAHOO

Assembly: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍‌ ଅଧିବେଶନ ଶେଷ ହୋଇଛି। ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪। ଗୃହର ୨୫ତମ କାର୍ଯ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବେଶ ଘଟଣା ବହୁଳ ଥିଲା। କଂଗ୍ରେସ ଦଳର ସମସ୍ତ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ। ଏହା ସହ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା। ବୁଧବାର ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ ୭ଟା ୫ ପର୍ଯ୍ୟନ୍ତ ଚାଲିଥିଲା।  ବିଧାନସଭାରେ ବିଲ ପାସ ହେବାର…

Read More