Author: TRUPTIMAYEE SAHOO

Empuraan: ଅଭିନେତା ମୋହନଲାଲ ଏବଂ ନିର୍ଦ୍ଦେଶକ ପୃଥ୍ୱୀରାଜ ସୁକୁମାରନଙ୍କ ‘ଏଲ୍ ୨: ଏମ୍ପୁରାନ୍’ର ପୁନଃ ସମ୍ପାଦିତ ସଂସ୍କରଣ ମଙ୍ଗଳବାର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଛି। ନିର୍ମାତା ମାନେ ସ୍ୱେଚ୍ଛାକୃତ ଭାବେ ପୁନଃ ସେନ୍ସର କରିବାକୁ ଯାଇଥିଲେ ଏବଂ ସେନ୍ସର ବୋର୍ଡ ୨ ମିନିଟ୍ ର ଫୁଟେଜ୍ ହଟାଇବା ସମେତ ୨୪ଟି କାଟ କରିବାକୁ ପରାମର୍ଶ ଦେଇଥିଲେ। ମୋହନଲାଲଙ୍କ ‘ଏଲ୍-୨: ଏମ୍ପୁରାନ୍’ର ପୁନଃ ସମ୍ପାଦିତ ସଂସ୍କରଣ ମଙ୍ଗଳବାର ରାତି ୧୧ଟା ୨୫ମିନିଟ୍ ରେ ତିରୁବନନ୍ତପୁରମର ଆର୍ଟେକ୍ ସିନେମାରେ ପ୍ରଦର୍ଶିତ ହୋଇଥିଲା। ପ୍ରଯୋଜକ ମଙ୍ଗଳବାର ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି ଯେ ସେମାନେ କୌଣସି ବାହ୍ୟ ଚାପ ବିନା ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ। ପୁନଃ ସେନ୍ସର କରିବା ପରେ ୨ ମିନିଟ୍ ୮ ସେକେଣ୍ଡର ଫୁଟେଜ୍ ଡିଲିଟ୍ କରାଯାଇଛି। ଏଲ୍ ୨: ୨୦୦୨ ଗୁଜରାଟ ଦଙ୍ଗାକୁ ଦର୍ଶାଉଥିବା ଅନେକ ଦୃଶ୍ୟକୁ ନେଇ ବିବାଦଘେରକୁ ଆସିଥିଲେ ଇମ୍ରାନ୍ । ଜନସାଧାରଣ ଓ ଦକ୍ଷିଣପନ୍ଥୀ ସମର୍ଥକଙ୍କ ତୀବ୍ର ପ୍ରତିକ୍ରିୟା…

Read More