Author: TRUPTIMAYEE SAHOO

Tariff: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲାଗୁ କରିଥିବା ୨୬% ପାରସ୍ପରିକ ଶୁଳ୍କ ଭାରତର ରପ୍ତାନୀ ପାଇଁ ଏକ ବଡ଼ ଝଟକା, ଯାହା ଏକାଧିକ ଶିଳ୍ପକୁ ପ୍ରଭାବିତ କରିଛି। ଜାଣନ୍ତୁ ଭାରତୀୟ ଅର୍ଥନୀତି ପାଇଁ ଏହାର ଅର୍ଥ କ’ଣ ଏବଂ ବିପଦରେ ଥିବା ପ୍ରମୁଖ କ୍ଷେତ୍ର ଉପରେ ମଧ୍ୟ ନଜର ପକାନ୍ତୁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏକ ବଡ଼ ବାଣିଜ୍ୟ ଝଟକା ଦେଇଛନ୍ତି ଏବଂ ୨୬% ପାରସ୍ପରିକ ଶୁଳ୍କ ଲାଗୁ କରିଛନ୍ତି। ଯାହା ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିପାରେ । ‘ମୁକ୍ତି ଦିବସ’ ଅଭିଭାଷଣରେ ଘୋଷଣା କରାଯାଇଥିବା ଏହି ପଦକ୍ଷେପ ନୂଆ ବାଣିଜ୍ୟ ପ୍ରତିବନ୍ଧକ ପରିବର୍ତ୍ତେ ଶୁଳ୍କ ରିହାତି ଆଶା ରଖିଥିବା ନୂଆଦିଲ୍ଲୀ ପାଇଁ ଏକ ଝଟକା। ବରଂ ଏପ୍ରିଲ ୯ତାରିଖରୁ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ ଭାରତୀୟ ସାମଗ୍ରୀ ଉପରେ ସର୍ବନିମ୍ନ ୨୬% ଶୁଳ୍କ ଲାଗୁ ହେବ, ଯାହା ଫଳରେ ବ୍ୟବସାୟୀମାନେ କ୍ଷୟକ୍ଷତି ଆକଳନ କରିବାକୁ…

Read More