Author: TRUPTIMAYEE SAHOO

European Union: ବିପଦ ଭିତରେ ଖାଦ୍ୟ ଓ ଯୋଗାଣ ମହଜୁଦ ରଖିବାକୁ ୪୫୦ ନିୟୁତ ଲୋକଙ୍କୁ କହିଲା ୟୁରୋପୀୟ ସଂଘ ୟୁରୋପୀୟ ଆୟୋଗ କହିଛି ଯେ ଯଦି ସଙ୍କଟ ସୃଷ୍ଟି ହୁଏ ତେବେ ଅତି କମରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ୟୁରୋପୀୟ ସଂଘ ତା’ର ନାଗରିକମାନଙ୍କୁ ଅନୁରୋଧ କରିଛି। ଯୁଦ୍ଧଠାରୁ ଆରମ୍ଭ କରି ସାଇବର ଆକ୍ରମଣ ଏବଂ ମାରାତ୍ମକ ରୋଗଠାରୁ ଆରମ୍ଭ କରି ଜଳବାୟୁ ଜନିତ ବନ୍ୟା ପର୍ଯ୍ୟନ୍ତ ସମ୍ଭାବ୍ୟ ପରିସ୍ଥିତିକୁ ଦର୍ଶାଇ ଏହି ଦସ୍ତାବିଜରେ କୁହାଯାଇଛି, “ଅତ୍ୟଧିକ ବ୍ୟାଘାତ କ୍ଷେତ୍ରରେ ପ୍ରାରମ୍ଭିକ ଅବଧି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବୁଧବାର ଜାରି କରାଯାଇଥିବା ଏକ ନୂତନ ନିର୍ଦ୍ଦେଶନାମାରେ ଆୟୋଗ ୟୁରୋପକୁ ନିଜର ମାନସିକତା ବଦଳାଇବା, “ପ୍ରସ୍ତୁତି” ଏବଂ “ସ୍ଥିରତା”ର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯୁଦ୍ଧ ବିପଦ ଭିତରେ ୟୁରୋପୀୟ ସଂଘର ନୂଆ…

Read More