Author: TRUPTIMAYEE SAHOO

Manoj Kumar: ‘ରୋଟି, କପଡ଼ା ଓର ମକାନ୍’ ଏବଂ ‘କ୍ରାନ୍ତି’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଅଭିନେତା ମନୋଜ କୁମାରଙ୍କର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଶନିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କର ଶୁକ୍ରବାର ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ପୁଅ କୁନାଲ ଗୋସ୍ୱାମୀ କହିଛନ୍ତି ଯେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରିବା ପରେ ଭୋର ପ୍ରାୟ ସାଢ଼େ ୩ଟାରେ ତାଙ୍କର ଦେହାନ୍ତ ହୋଇଛି। ଅଭିନେତାଙ୍କ ମୃତଦେହ ଜୁହୁସ୍ଥିତ ତାଙ୍କ ବାସଭବନରେ ରଖାଯିବ। ମନୋଜ କୁମାର ତାଙ୍କ ଦେଶାତ୍ମବୋଧକ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା ଥିଲେ । ‘ପୂରବ ଓର ପଶ୍ଚିମ’, ‘କ୍ରାନ୍ତି’ ଏବଂ ‘ରୋଟି, କପଡ଼ା ଓର ମକାନ୍’ ପାଇଁ ସେ ସବୁଦିନ ଦର୍ଶକ ହୃଦୟରେ ମନେ…

Read More