Author: TRUPTIMAYEE SAHOO

Waqf (Amendment) Bill: ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଲୋକସଭାରେ ୨୮୮-୨୩୨ ଭୋଟ୍ ରେ ଅନୁମୋଦନ ପାଇବା ପରେ ତୀବ୍ର ବିତର୍କ ପରେ ରାଜ୍ୟସଭାରେ ୧୨୮-୯୫ ଭୋଟ୍ ରେ ପାରିତ ହୋଇଛି। ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ମାରାଥନ ବିତର୍କ ପରେ ଶୁକ୍ରବାର ରାଜ୍ୟସଭାରେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଗୃହୀତ ହୋଇଛି। ବିଲ୍ ସପକ୍ଷରେ ମୋଟ ୧୨୮ ଓ ବିଲ୍ ବିପକ୍ଷରେ ୯୫ ଭୋଟ୍ ପଡ଼ିଥିଲା। ଏବେ ଏହି ବିଲ୍ କୁ ଅନୁମୋଦନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ। ଏହାପରେ ଏହା ଆଇନରେ ପରିଣତ ହେବ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ପରେ ଗୁରୁବାର ଲୋକସଭାରେ ଏହି ବିଲ୍ କୁ ଅନୁମୋଦନ ମିଳିଛି। ନିମ୍ନ ସଦନରେ ଏହି ବିଲ୍ କୁ ୨୮୮ ସାଂସଦ ସମର୍ଥନ କରିଥିବା ବେଳେ ବିପକ୍ଷରେ ୨୩୨ ଜଣ ଭୋଟ୍ ଦେଇଥିଲେ।ରାଜ୍ୟସଭାରେ ଏହି ବିଲକୁ ନେଇ ଏନଡିଏ ଓ ଇଣ୍ଡିଆ…

Read More