Author: TRUPTIMAYEE SAHOO

India: ପୁଲିସ ବଜେଟର ୯୦% ଦରମା, ପେନସନ ଏବଂ ଗାଡି ରକ୍ଷଣାବେକ୍ଷଣ ଭଳି ସାଧାରଣ ପରିଚାଳନା ଖର୍ଚ୍ଚ ପାଇଁ ସଂରକ୍ଷିତ ରହିଛି । ପ୍ରଶିକ୍ଷଣ ପାଇଁ ମାତ୍ର ୧.୨୫% ଆବଣ୍ଟନ କରାଯାଇଛି। ଦେଶବ୍ୟାପୀ ପୁଲିସ-ଜନସଂଖ୍ୟା ଅନୁପାତ ସୂଚାଉଛି ଯେ, ୨୦୨୩ ଜାନୁଆରି ସୁଦ୍ଧା ସିଭିଲ୍ ଓ ଜିଲ୍ଲା ସଶସ୍ତ୍ର ପୁଲିସକୁ ମିଶାଇ ହାରାହାରି ଜଣେ ପୁଲିସ କର୍ମଚାରୀ ୮୩୧ ଜଣଙ୍କୁ ସେବା ପ୍ରଦାନ କରିଛନ୍ତି। ତେବେ ମଙ୍ଗଳବାର ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୫ ଅନୁଯାୟୀ ବିହାରରେ ଏହି ଅନୁପାତ ୧:୧,୫୨୨ ରହିଛି। ୨୦୨୨ ରୁ ଜାତୀୟ ହାରାହାରି ଅପରିବର୍ତ୍ତିତ ରହିଛି। ତଥାପି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଆସାମ, ବିହାର, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ପୁଲିସ କର୍ମଚାରୀ ହଜାରେରୁ ଅଧିକ ଲୋକଙ୍କ ସେବା ଜାରି ରଖିଛନ୍ତି। ପଞ୍ଜାବରେ ଶ୍ରେଷ୍ଠ ଅନୁପାତ…

Read More