Author: TRUPTIMAYEE SAHOO

କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଶର ଗୃହମନ୍ତ୍ରୀଙ୍କୁ “ବିଶ୍ୱାସଘାତକ” ବୋଲି ଉଲ୍ଲେଖ କରିଛନ୍ତି । ରାୟବରେଲିରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ରାହୁଲ କହିଥିଲେ ଯେ , ଯେପରି ବୀରା ପାସି ଏବଂ ଡକ୍ଟର ଆମ୍ବେଦକରଙ୍କ ଭଳି ବ୍ୟକ୍ତିତ୍ୱମାନେ ଦାବି କରିଛନ୍ତି ; ଭାରତର ପ୍ରତ୍ୟେକ ନାଗରିକ ସମାନ ଏବଂ ସମସ୍ତେ ସମାନ ଅଧିକାର ପାଇବାର ହକଦାର । ରାହୁଲଙ୍କ ଏହି ବୟାନର ବିଜେପି କଡ଼ା ଜବାବ ଦେଇଛି । ବିଜେପି ଅଭିଯୋଗ କରିଛି ଯେ , ରାହୁଲ ପାକିସ୍ତାନର ଭାଷା କୁହନ୍ତି ଏବଂ ତାଙ୍କର ମାନସିକତା “ସହରୀ ନକ୍ସଲ” ପରି । ରାହୁଲ ଦୃଢ଼ ଭାବରେ କହିଛନ୍ତି ଯେ , ଏହି ଦେଶ ସମସ୍ତଙ୍କର ;…

Read More