Author: TRUPTIMAYEE SAHOO

ମୁମ୍ବାଇରେ ଚିକିତ୍ସିତ ହେଉଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାବେଳେ ଆସନ୍ତା ୩ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳୁଛି । ଏହି ମଉକାରେ ପତିଆରା ଲଢ଼େଇ ପାଇଁ ବିଜେଡିର ବିଭିନ୍ନ ଗୋଷ୍ଠୀ ସକ୍ରିୟ ସଜବାଜ ଚଳାଇଥିବା ବେଳେ ମାମଲତକାରମାନେ ବି ସକ୍ରିୟ ହୋଇଉଠିଛନ୍ତି । ନବୀନ ସୁସ୍ଥ ହୋଇ ଫେରିବା ସମୟରେ ତାଙ୍କୁ ଏକ ବିଶାଳ ରାଲିରେ ପାଛୋଟି ଆଣିବା ପାଇଁ ବିଜେଡି ଶିବିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ମାସ ୨୦ ତାରିଖରେ ନବୀନ ପଟ୍ଟନାୟକ ମୁମ୍ବାଇ ଯାଇ ସେଠାକାର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସଫଳ ଅସ୍ତ୍ରୋପଚାର ପରେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ସୂଚନା ଦେଇଥିଲେ । ଏହାପରେ ରଥଯାତ୍ରାକୁ ନେଇ ନବୀନ ଦୁଇ ଦୁଇଟି ଭିଡିଓ ଜାରି କରିଛନ୍ତି । ନବୀନ କେତେ ଶୀଘ୍ର…

Read More