Author: TRUPTIMAYEE SAHOO

ଆରମ୍ଭ ହୋଇଛି ରଥ ଟଣା । ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ବାହାରକୁ ଆସିଥିବା ବେଳେ ରଥଟଣା ଆରମ୍ଭ ହୋଇଛି । ଗଜପତି ମହାରାଜ ଛେରା ପହଁରା ଶେଷ କରିବା ପରେ ରଥ ଟଣା  ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁ ମାନେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ଟାଣି ନେଇଥିଲେ।  ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସିଥିଲେ  । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜି ଥିଲେ । ଏହା ପରେ ବଡ଼ ଠାକୁର ବଳଦେବ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିରାଜିଥିଲେ । ଏହାପରେ ଦେବୀ ସୁଭଦ୍ରା ପହଣ୍ଡିରେ ଆସିଥିଲେ । ଆଉ ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ । ସେପଟେ ସୁରକ୍ଷା ବଳୟରେ ରହିଛି  ପୁରୀ…

Read More