Author: TRUPTIMAYEE SAHOO

ଆମେରିକା ଏବଂ ପାକିସ୍ତାନର ସମ୍ପର୍କ କାହାଠାରୁ ଲୁଚି ନାହିଁ। ପାକିସ୍ତାନକୁ ଅମେରିକାଠାରୁ ସାମରିକ ସହାୟତା ମିଳିଆସୁଛି ଏବଂ ପାକିସ୍ତାନୀ ସେନାର ବେସ୍‌ଗୁଡ଼ିକୁ ଅମେରିକୀୟ ସେନା ନିୟମିତ ଭାବେ ବ୍ୟବହାର କରିଆସୁଛି । ଏହି ସହଯୋଗର ଏକ ଅଂଶ ଭାବେ ପାକିସ୍ତାନ ଅମେରିକାକୁ ନୂର ଖାନ, ଜାକୋବାବାଦ ଏବଂ ପସନୀ ଏୟାରବେସ୍‌ଗୁଡ଼ିକ ବ୍ୟବହାର କରିବାକୁ ଦେଇଥିଲା । ପାକିସ୍ତାନର ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ ଶାହିଦ ଅଜିଜ ଏକ ଚମକପ୍ରଦ ଦାବି କରି କହିଛନ୍ତି ଯେ ସେହି ସମୟରେ ଏହି ଏୟାରବେସ୍‌ଗୁଡ଼ିକରେ ପାକିସ୍ତାନୀ ସେନାର ପ୍ରବେଶ ମଧ୍ୟ ନିଷିଦ୍ଧ ଥିଲା । ଏତିକି ନୁହେଁ, ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶାରଫ ସେନାର ବିରୋଧ ସତ୍ତ୍ୱେ ଅମେରିକାକୁ ଏହି ବେସ୍‌ଗୁଡ଼ିକ ବ୍ୟବହାର କରିବାର ଅନୁମତି ଦେଇଥିଲେ । ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ ଶାହିଦ ଅଜିଜ ପାକିସ୍ତାନୀ ଏୟାରବେସ୍‌ଗୁଡ଼ିକରେ ଅମେରିକୀୟ ଆଧିପତ୍ୟ ସମ୍ପର୍କରେ ଏହି ଖୁଲାସା କିଛି ସମୟ ପୂର୍ବେ ଏକ ସାକ୍ଷାତକାରରେ କରିଥିଲେ, କିନ୍ତୁ ଏହାର…

Read More