Author: TRUPTIMAYEE SAHOO

ବନ୍ ଠାରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ ହେଉଛି ଜଳବାୟୁ ସମ୍ପର୍କିତ ଏକ ଅର୍ଦ୍ଧବାର୍ଷିକ ସମୀକ୍ଷା ବୈଠକ । ଯାହା ସଦସ୍ୟମାନଙ୍କ ବାର୍ଷିକ ସମ୍ମିଳନୀ ପାଇଁ ଏକ ପ୍ରାଥମିକ ପ୍ରସ୍ତୁତି ଭାବରେ କାର୍ଯ୍ୟ କରିଥାଏ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ , ଜର୍ମାନୀର ବନ୍ ରେ ଅର୍ଦ୍ଧବାର୍ଷିକ ସମୀକ୍ଷା ସେଭଳି କିଛି ସୁସମ୍ବାଦ ଆଣିବା ଭଳି ହୋଇନାହିଁ । ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱର ସବୁ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନର ପ୍ରଭାବଗୁଡ଼ିକୁ ଅନୁଭବ କରୁଥିବା ବେଳେ ଏଥିରେ ପରିବର୍ତ୍ତନ ଆଣି ପୂର୍ବବତ୍ ସନ୍ତୁଳନ ରକ୍ଷା କରିବାକୁ ପ୍ରତି ବର୍ଷ ଅଲୋଚନା କରୁଛନ୍ତି । କିନ୍ତୁ ଯେଉଁଭଳି ଢଙ୍ଗରେ ଏ ବାବଦରେ କାମ କରିବା କଥା, ତାହା ବିଭିନ୍ନ କାରଣରୁ କରିବାରେ ସକ୍ଷମ ହେଉ ନାହାଁନ୍ତି କେବଳ ବିପର୍ଯ୍ୟୟ ବେଳେ ହଠାତ୍ ଚେଇଁଉଠି କାମ କରିବାକୁ ଶପଥ ନେବାରେ ସୀମିତ ରହି ଯାଉଛନ୍ତି । ସାଧାରଣତଃ ଛଅ ପ୍ରକାରର ପ୍ରମୁଖ ବିପର୍ଯ୍ୟୟ ରହିଛି-…

Read More