Author: TRUPTIMAYEE SAHOO

ବିଶ୍ଵର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ନିର୍ବାଚନ ଅନୁଷ୍ଠିତ କରାଇବା ସର୍ବାଧିକ କଷ୍ଟକର କାର୍ଯ୍ୟ । ବର୍ଷର କୌଣସି ନା କୌଣସି ସମୟରେ ଦେଶରେ ନିର୍ବାଚନର ପରିବେଶ ଦେଖିବାକୁ ମିଳିଥାଏ । ତେବେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ମୌଳିକ ଆବଶ୍ୟକତା ହେଉଛି ତ୍ରୁଟିଶୂନ୍ୟ ଭୋଟର ତାଲିକା, ଯେଉଁଥିରେ ସମସ୍ତ ଏବଂ କେବଳ ଯୋଗ୍ୟ ଭୋଟରମାନଙ୍କ ନାମ ରହିଥ‌ିବ । ଚଳିତ ବର୍ଷର ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନିମନ୍ତେ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ସେହି ରାଜ୍ୟରୁ ଆରମ୍ଭ କରି ସାରା ଦେଶରେ ଭୋଟର ତାଲିକାର ଏକ ବିଶେଷ ସଘନ ସଂଶୋଧନ ଆରମ୍ଭ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ନେଇଛନ୍ତି ।ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ନିର୍ବାଚନ କମିଶନଙ୍କ କହିବା ଅନୁସାରେ, ସେହିସବୁ ଭୋଟର ଯେଉଁମାନଙ୍କ ନାମ ଭୋଟର ତାଲିକାରେ ୨୦୦୩ ସୁଦ୍ଧା ରହିଥିଲା, ଯେତେବେଳେ ବି ସର୍ବଶେଷ ସଘନ…

Read More