Author: TRUPTIMAYEE SAHOO

ପାର୍ବତ୍ୟାଞ୍ଚଳରୁ ସମତଭୂମି । ସବୁଆଡ଼େ ଏବେ ମୌସୁମୀ ବର୍ଷାର ତାଣ୍ଡବ । ଉତ୍ତରାଖଣ୍ଡ,ଓଡ଼ିଶା ଓ ହିମାଚଳ ପ୍ରଦେଶରେ ବର୍ଷା ପରେ ନଦୀଗୁଡ଼ିକ କୁଳ ଲଂଘିଲେଣି । ଅନେକ ରାସ୍ତା ବନ୍ଦ ହୋଇଯାଇଛି। ମୈଦାନୀ ଅଞ୍ଚଳରେ ରାସ୍ତାଗୁଡ଼ିକ ପୋଖରୀ ପାଲଟିଛି । ବର୍ଷାକୁ ମିଲିମିଟର ବା mmରେ ମାପାଯାଏ । ପାଣିପାଗ ବିଭାଗ ପକ୍ଷରୁ ମିଲିମିଟରରେ ଜାରି ହେଉଥିବା ତଥ୍ୟ ସେହି ଅଞ୍ଚଳରେ କେତେ ବର୍ଷା ହୋଇଛି ତାହା ଜଣାଇଥାଏ। ଏବେ ପ୍ରଶ୍ନ ଉଠୁଛି ଯେ ମୌସୁମ ବିଭାଗକୁ କିପରି ଜଣାପଡ଼େ ଯେ କେଉଁ ଅଞ୍ଚଳରେ କେତେ ବର୍ଷା ହୋଇଛି, ଏହାର ଗଣନା କିପରି ହୁଏ ଏବଂ ଏହାକୁ ମିଲିମିଟରରେ କାହିଁକି ମାପାଯାଏ । ଆସନ୍ତୁ ସରଳ ଭାଷାରେ ଏହାର ଉତ୍ତର ବୁଝିବା । କେଉଁଠାରେ କେତେ ବର୍ଷା ହେଲା, ଏହା କିପରି ଜଣାପଡ଼େ? କେଉଁଠାରେ କେତେ ବର୍ଷା ହେଲା, ଏହା ଅନେକ ଉପାୟରେ ଜଣାଯାଏ, କିନ୍ତୁ ସବୁଠାରୁ ସାଧାରଣ ହେଉଛି ରେନ…

Read More