ଓଡ଼ିଶା ବିଧାନସଭାର ୨୦୨-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାୟୀ, ବିଭାଗୀୟ ଏବଂ ଗୃହ କମିଟି ଗଠନ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ୩୫ରୁ ଅଧିକ ଗୃହ କମିଟି ଏବଂ ୧୦ଟି ବିଭାଗୀୟ ସ୍ଥାୟୀ କମିଟି ଗଠନ କରାଯାଇଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାର କାର୍ଯ୍ୟ ପରିଚାଳନା, ସରକାରୀ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା ଏବଂ ବଜେଟ୍ ବ୍ୟୟ ଉପରେ ନଜର ରଖିବା ପାଇଁ ଏହି ସବୁ କମିଟି ଗଠନ କରାଯାଇଛି।
/odishatv/media/media_files/2026/06/26/odisha_assembly_1200-2026-06-26-12-08-10.jpg)
ଏହି କମିଟିଗୁଡ଼ିକ ମଧ୍ୟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ପବ୍ଲିକ ଆକାଉଣ୍ଟସ୍ କମିଟି ବା ପିଏସି ର ଅଧ୍ୟକ୍ଷା ଭାବେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ବିଧାୟକ ରାମ ଚନ୍ଦ୍ର କାଡାମ, ଅରୁଣ ସାହୁ, ଗଣେଶ୍ୱର ବେହେରା ଓ ସନାତନ ବିଜୁଳିଙ୍କ ସମେତ ୧୧ ଜଣ ସଦସ୍ୟ ରହିଛନ୍ତି।
ପ୍ରମୁଖ କମିଟି ଏବଂ ଏହାର ଅଧ୍ୟକ୍ଷ
- ଏଷ୍ଟିମେଟ୍ କମିଟି : ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।
- ପ୍ରିଭିଲେଜ କମିଟି : ଜୟନାରାୟଣ ମିଶ୍ର। ଏହି କମିଟିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସଦସ୍ୟ ଅଛନ୍ତି।
- ପବ୍ଲିକ ଅଣ୍ଡରଟେକିଂ କମିଟି : ପଦ୍ମଲୋଚନ ପଣ୍ଡା।
- SC ଓ ST କଲ୍ୟାଣ କମିଟି : ଭାସ୍କର ମାଢ଼େଇ।
- ପିଟିସନ କମିଟି : ପ୍ରଶାନ୍ତ କୁମାର ଜଗଦେବ।
- ସବ୍ଅର୍ଡିନେଟ୍ ଲେଜିସ୍ଲେସନ କମିଟି : ଇରାସିସ ଆଚାର୍ଯ୍ୟ।
- ମହିଳା ଓ ଶିଶୁ କଲ୍ୟାଣ କମିଟି : ସିମାରାଣୀ ନାୟକ।
- ଲାଇବ୍ରେରୀ କମିଟି : ଆକାଶ ଦାସନାୟକ।
/odishatv/media/post_attachments/uploadimage/library/16_9/16_9_0/recent_photo_1695360679.webp)
ବିଭାଗୀୟ ସ୍ଥାୟୀ କମିଟିରେ ସିଦ୍ଧାନ୍ତ ଓ ରଣେନ୍ଦ୍ର
ସରକାରୀ ବିଭାଗଗୁଡ଼ିକର ନୀତି ଓ କାର୍ଯ୍ୟକ୍ରମର ତର୍ଜମା ପାଇଁ ଗଠିତ ୯ଟି ଡିପାର୍ଟମେଣ୍ଟାଲ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ଯଥାକ୍ରମେ ସିଦ୍ଧାନ୍ତ ମହାପାତ୍ର (କମିଟି-୧), ସନ୍ତୋଷ ଖଟୁଆ (କମିଟି-୨), ବାବୁ ସିଂହ (କମିଟି-୩), ପୂର୍ଣ୍ଣଚନ୍ଦ୍ର ସେଠୀ (କମିଟି-୪), ବିଭୂତି ଭୂଷଣ ପ୍ରଧାନ (କମିଟି-୫), ସୁଧୀର ରଞ୍ଜନ ପଟ୍ଟଯୋଶୀ (କମିଟି-୬), ମନୋହର ରନ୍ଧାରୀ (କମିଟି-୭) ଏବଂ ସନାତନ ବିଜୁଳି (କମିଟି-୯)ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁନର୍ବାର ଷ୍ଟାଣ୍ଡିଂ କମିଟି-୧୦ର ଅଧ୍ୟକ୍ଷ କରାଯାଇଛି।
ଏହାବ୍ୟତୀତ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଯଥା ; ମହାନଦୀ ଜଳ ବିବାଦ, ଶ୍ରୀଜଗନ୍ନାଥ ମନ୍ଦିର ବିକାଶ, ପରିବେଶ ପ୍ରଦୂଷଣ, ବିସ୍ଥାପନ, ରେଳ ବିକାଶ, ସୀମା ବିବାଦ ଏବଂ ଭାଷାଗତ ସଂଖ୍ୟାଲଘୁଙ୍କ ସମସ୍ୟାର ସମୀକ୍ଷା ପାଇଁ ସ୍ୱତନ୍ତ୍ର ହାଉସ୍ କମିଟିମାନ ଗଠନ କରାଯାଇଛି। ଏହି ସମସ୍ତ କମିଟି ଆଗାମୀ ଦିନରେ ସରକାରୀ ବିଭାଗର ଆୟ-ବ୍ୟୟ ଓ କାର୍ଯ୍ୟକାରିତାର ଅନୁଧ୍ୟାନ କରି ବିଧାନସଭାରେ ନିଜର ରିପୋର୍ଟ ଓ ସୁପାରିସ ଦାଖଲ କରିବେ।
Also read : https://purvapaksa.com/mother-becomes-protector-of-son-on-international-anti-drug-day-inspires-others/


