Author: TRUPTIMAYEE SAHOO

ଗତ କାଲି ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଶାସକ ବିଜେପି ଦଳର ସମର୍ଥକମାନେ ମାଡ଼ ମାରିବା ଘଟଣା ପରେ ବିରୋଧି ବଜୁ ଜନତା ଦଳକୁ ସୁଯୋଗ ମିଳିଯାଇଛି । ବିଜେପିକୁ ସମାଲୋଚନା କରିବା ପାଇଁ ବିଜୁ ଜନତା ଦଳର ବିଧାୟକ ମେୟର ଓ ବରିଷ୍ଠ ନେତାମାନେ ଅଣ୍ଟା ଭିଡ଼ି ବାହାରି ପଡ଼ିଛନ୍ତି । କିନ୍ତୁ ବିଜୁ ଜନତା ଦଳର ଏଭଳି ରାଜନୈତିକ ପଦକ୍ଷପକୁ ସାଧାରଣାରେ ନା ପସନ୍ଦ କରାଯାଉଛି । ଶାସନରେ ଥିବା ବେଳେ ବିଜୁ ଜନତା ଦଳର କର୍ମୀମାନେ ଅତୀତରେ ଅନେକ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ନିନ୍ଦିତ ହୋଇଛନ୍ତି । ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କୁ ୨୦୧୯ ନିର୍ବାଚନରେ ପରାଜିତ କରିଥିବା ବିଜେଡି ବିଧାୟକ ସରୋଜ ମେହେର ସେତେବେଳେ ପିଡବ୍ଲ୍ୟୁଡି ଜୟକାନ୍ତ ସବରଙ୍କୁ ନିମ୍ନମାନର କାମ ପାଇଁ ବସ ଉଠ କରାଇବା ସହ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ବିରୋଧ ହେବାରୁ ସରୋଜଙ୍କୁ…

Read More