Author: TRUPTIMAYEE SAHOO

ଉତ୍ତର ପ୍ରଦେଶର ବଲରାମପୁରରେ ଅବୈଧ ଧର୍ମାନ୍ତରଣର ଏକ ବଡ଼ ନେଟୱାର୍କର ପରଦାଫାଶ ହେବା ପରେ ବଡ଼ ବଡ଼ ରହସ୍ୟ ଖୋଲୁଛି । ଏହି ଗ୍ୟାଙ୍ଗର ମୁଖ୍ୟ ଜମାଲୁଦ୍ଦୀନ ଉର୍ଫ ଛାଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀ ନୀତୁ ରୋହରା ଉର୍ଫ ନସରୀନଙ୍କୁ ୟୁପି ଏଟିଏସ ଗିରଫ କରିଛି । ଜମାଲୁଦ୍ଦୀନ ଉପରେ ଝିଅମାନଙ୍କୁ ପ୍ରଲୋଭନ ଦେଇ ଜୋରଜବରଦସ୍ତ ଧର୍ମାନ୍ତରଣ କରାଇବାର ଅଭିଯୋଗ ରହିଛି । ଏହି ନେଟୱାର୍କ ପାଇଁ ବିଦେଶରୁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ସହାୟତା ମିଳୁଥିବା ଖବର ସାମ୍ନାକୁ ଆସିଛି। ଏହି ନେଟୱାର୍କ ବଲରାମପୁରର ଉଟରୌଲା ସହରରେ ଦୀର୍ଘ ସମୟ ଧରି ଚାଲିଥିଲା। ଏହି ଗ୍ୟାଙ୍ଗରେ ହିନ୍ଦୁ ଝିଅମାନଙ୍କ ଧର୍ମାନ୍ତରଣ ପାଇଁ ନିର୍ଦ୍ଦିଷ୍ଟ ଦର ନିର୍ଧାରଣ କରାଯାଇଥିଲା। ବ୍ରାହ୍ମଣ, କ୍ଷତ୍ରୀୟ ଏବଂ ଶିଖ ଝିଅମାନଙ୍କ ଧର୍ମ ପରିବର୍ତ୍ତନ ପାଇଁ ୧୫ରୁ ୧୬ ଲକ୍ଷ ଟଙ୍କା ମିଳୁଥିଲା। ପଛୁଆ ଜାତିର ଝିଅମାନଙ୍କ ଧର୍ମ ପରିବର୍ତ୍ତନ ପାଇଁ ୧୦ରୁ ୧୨…

Read More