Author: TRUPTIMAYEE SAHOO

ଭାରତୀୟ ସଶସ୍ତ୍ର ବାହିନୀ ଚଳିତ ବର୍ଷ ମେ’ ମାସରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ବିରୋଧରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କୀ ହମଲାର ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। କିନ୍ତୁ ପାକିସ୍ତାନୀ ସେନାର ପାଲଟା ହମଲା ପରେ ଏହା ଏକ ସାମରିକ ସଂଘର୍ଷରେ ପରିଣତ ହୋଇଥିଲା। ଏହା ପରେ ଯାହା ହେଲା, ତାହା ପାକିସ୍ତାନ ପାଇଁ କେବେ ନ ଭୁଲିବା ଭଳି ଶିକ୍ଷା । ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ୧୧ଟି ସାମରିକ ବିମାନଘାଟିକୁ ନିଶାନା କରିଥିଲା । ସାମରିକ ବିଶେଷଜ୍ଞମାନେ ଭାରତର ଏହି ଅପରେସନ୍‌କୁ ୧୯୭୧ ପରେ ସବୁଠାରୁ ବଡ଼ ବିଜୟ ବୋଲି ଅଭିହିତ କରିଛନ୍ତି । ଭାରତର ସାମରିକ ଇତିହାସ ଉପରେ ଯେତେବେଳେ ଦୃଷ୍ଟି ଦିଆଯିବ, ୧୯୭୧ର ଯୁଦ୍ଧ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ଏହି ଯୁଦ୍ଧରେ ଭାରତୀୟ ବାହିନୀ ପାକିସ୍ତାନୀ ସେନାକୁ ନିଷ୍ପତ୍ତିମୂଳକ ଭାବେ ପରାସ୍ତ…

Read More