Author: TRUPTIMAYEE SAHOO

ସୁପ୍ରିମ୍ କୋର୍ଟ କଲେଜିୟମ୍ ଦେଶର ବିଭିନ୍ନ ହାଇକୋର୍ଟରେ ନୂତନ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟରେ ତିନିଜଣ, ପଞ୍ଜାବ-ହରିୟାଣା ହାଇକୋର୍ଟରେ ଦଶଜଣ ଏବଂ ତେଲଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟର ହାଇକୋର୍ଟରେ ବିଚାରପତି ନିଯୁକ୍ତିର ପଥ ପରିଷ୍କାର ହୋଇଛି । ଏହା ପୂର୍ବରୁ ଜୁଲାଇ ଏକ ଓ ଦୁଇ ତାରିଖରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ କଲେଜିୟମ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଚାରପତି ନିଯୁକ୍ତି ସୁପାରିଶକୁ ଅନୁମୋଦନ କରାଯାଇଛି । ଆସନ୍ତୁ ଜାଣିବା ଓକିଲମାନେ କିପରି ବିଚାରପତି ହୁଅନ୍ତି । ଭାରତରେ ଜିଲ୍ଲା ନ୍ୟାୟିକ ମାଜିଷ୍ଟ୍ରେଟ ହେବା ପାଇଁ ନ୍ୟାୟିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ । ଏହା ପୂର୍ବରୁ ଆଇନ ଡିଗ୍ରୀ ଧାରୀଙ୍କୁ ଅତି କମରେ ତିନି ବର୍ଷ ପ୍ରାକ୍ଟିସ କରିବାକୁ ହୋଇଥାଏ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତିନି ବର୍ଷ ଜିଲ୍ଲା ନ୍ୟାୟିକ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ…

Read More