Author: TRUPTIMAYEE SAHOO

ବିଲାୱଲ ଭୁଟ୍ଟୋଙ୍କ ପ୍ରତ୍ୟର୍ପଣ ସମ୍ପର୍କିତ ବୟାନ ପରେ ପ୍ରଶ୍ନ ଉଠୁଛି ଯେ ଆତଙ୍କବାଦୀ ହାଫିଜ ସଈଦ ଏବେ କେଉଁଠାରେ ଅଛି? ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ହାଫିଜ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି। ଲସ୍କର-ଏ-ତୈୟବା ନାମକ ଆତଙ୍କବାଦୀ ସଂଗଠନର ମୁଖିଆ ହାଫିଜ ଉପରେ ଭାରତରେ ଆତଙ୍କ ବିସ୍ତାର କରିବାର ଅନେକ ଗୁରୁତର ଅଭିଯୋଗ ଲାଗିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିଦକେକୁ ହାଫିଜର ଆଡ୍ଡା ବୋଲି ବିବେଚନା କରାଯାଏ, କିନ୍ତୁ ଅପରେସନ ସିନ୍ଦୁର ପରେ ଏଠାରେ କୌଣସି ଗହଳ ଚହଳ ନାହିଁ । ପାକିସ୍ତାନ ସରକାରଙ୍କ ଅଧିକାରୀମାନେ ଏହି ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ନେଇଛନ୍ତି । ହାଫିଜ ସଈଦ କେଉଁଠାରେ ଲୁଚିଛି ? ତିନି ବୟାନରୁ ବାହାରିଲା ସତ ୧. ଅପରେସନ ସିନ୍ଦୁର ସମୟରେ ୧୨ ମଇ ୨୦୨୫ରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ବିବିସି ଉର୍ଦୁକୁ ଏକ ସାକ୍ଷାତକାରରେ କହିଥିଲେ ଯେ, ପାକିସ୍ତାନରେ ପୂର୍ବରୁ ଆତଙ୍କବାଦୀମାନେ ଲାଳିତପାଳିତ ହେଉଥିଲେ ।…

Read More