Author: TRUPTIMAYEE SAHOO

ବିହାରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ନିଜର ଶୀର୍ଷସ୍ଥାନରେ ପହଞ୍ଚିଥିବା ଜଣାପଡୁଛି । ସମସ୍ତ ପ୍ରମୁଖ ଦଳ ନିର୍ବାଚନକୁ ନେଇ ସକ୍ରିୟ ହୋଇଛନ୍ତି । ଅସଦୁଦ୍ଦୀନ ଓବୈସୀ ମଧ୍ୟ ନିର୍ବାଚନକୁ ନେଇ ଲଗାତାର ସକ୍ରିୟ ରହିଛନ୍ତି । ତାଙ୍କର ରାଜନୈତିକ ଚାଲ ଦ୍ୱାରା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ୱାଧୀନ ମହାଗଠବନ୍ଧନକୁ ବିଚଳିତ କରିଛନ୍ତି । ଆରଜେଡି ଓ କଂଗ୍ରେସ ପାଇଁ ଏହି ଜଟିଳତାକୁ ଯଥାଶୀଘ୍ର ସମାଧାନ କରିବାର ଚାପ ରହିଛି । ଓବୈସୀଙ୍କ ଦଳ ଏଆଇଏମଆଇଏମ (ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲମୀନ) ପକ୍ଷରୁ ମହାଗଠବନ୍ଧନର ଅଂଶ ହେବା ପାଇଁ ଲେଖାଯାଇଥିବା ଚିଠି ବିହାରର ରାଜନୀତିକୁ ନୂଆ ମୋଡ ଦେଇଛି । ଓବୈସୀଙ୍କୁ ବିଜେପିର ବି-ଟିମ ବୋଲି ଅଭିଯୋଗ କରିବା ପରେ ତାଙ୍କର ଏହି ଚାଲ କଂଗ୍ରେସକୁ କିପରି ମୁକାବିଲା କରିବାକୁ ପଡିବ, ତାହାର ନିଷ୍ପତ୍ତି ଆସନ୍ତାକାଲି ବୁଧବାର (୯ ଜୁଲାଇ) ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବଙ୍କ ମଧ୍ୟରେ…

Read More