Author: TRUPTIMAYEE SAHOO

ଋତୁଚକ୍ରର ଆବର୍ତ୍ତନରେ ଗୋଟିକ ପରେ ଗୋଟିଏ ଋତୁର ଆଗମନରେ ଧରାପୃଷ୍ଠରେ ଯେଉଁ ଜୈବିକ ପରିବର୍ତ୍ତନ ଘଟେ ତାକୁ ନେଇ କେତେ ସେ ସାହିତ୍ୟ ସୃଷ୍ଟି ହୋଇଛି ତାର ସୀମା ନାହିଁ । ଭାରତୀୟ ଋତୁମାନେ ସବୁବେଳେ ମଣିଷ, ମିଷ୍ଟିକ୍, କବି ଓ ଦାର୍ଶନିକଙ୍କ ମନରେ ମଞ୍ଜୁଳ ଅନୁଭୂତି ଆଣିଦେଇଛନ୍ତି । ମହାନ୍ ସଂସ୍କୃତ କରି କାଳିଦାସଙ୍କଠାରୁ ଆରମ୍ଭ କରି ଆଜିକାଲିର କବିଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ଋତୁ ଯଥା ବର୍ଷା, ଗ୍ରୀଷ୍ମ , ଶରତ , ହେମନ୍ତ, ଶୀତ ଓ ବସନ୍ତକୁ ନେଇ ଅଭିନବ ସୃଷ୍ଟି କରିଚାଲିଛନ୍ତି । କେବଳ କବି କାହିଁକି, ଚିତ୍ରଶିଳ୍ପୀ, ଏବଂ ସଙ୍ଗୀତକାରମାନେ ମଧ୍ୟ ଦିଗ୍‌ବଳୟର ପରିବର୍ତ୍ତନକୁ ଅନୁଭବ କରିଛନ୍ତି ଏବଂ ସେମାନଙ୍କ ଭିତରେ ଯେଉଁ ସୃଜନାତ୍ମକ ପ୍ରେରଣା ଜନ୍ମ ନେଇଛି ତାହା ରାଗ ରାଗିଣୀରେ ରୂପାନ୍ତରିତ ହୋଇଛି କିମ୍ବା କ୍ୟାନ୍‌ଭାସରେ । ବିଭିନ୍ନ ଋତୁକୁ ନେଇ ଭାରତର ଏନ ବିରାଟ ଚିତ୍ର ପାରଂପର୍ଯ୍ୟ ରହିଛି –ରାଗମାଳା…

Read More