Author: TRUPTIMAYEE SAHOO

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‍ ଚିଠି ବିଶ୍ୱର ୧୪ଟି ଦେଶକୁ ଲେଖିଛନ୍ତି। ଏହି ଦେଶଗୁଡ଼ିକ ଆମେରିକାକୁ ରପ୍ତାନୀ କରୁଥିବା ଜିନିଷ ଉପରେ ଅଧିକ ଶୁଳ୍କ ଦେବେ । ସୋମବାର ଏକାଧିକ ରାଷ୍ଟ୍ରକୁ ଟ୍ରମ୍ପ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଛନ୍ତି । ଯଦି ନୂଆ ବ୍ୟବସାୟିକ ବୁଝାମଣା ଅଗଷ୍ଟ ୧ ସୁଦ୍ଧା ଶେଷ ହେବ ନାହିଁ, ତା’ହେଲେ ବର୍ଦ୍ଧିତ ଆମଦାନୀ ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ ୧୪ଟି ଦସେଶକୁ ଚେତାଇ ଦେଇଛନ୍ତି । ପ୍ରଥମ ଦଫାରେ ଆମେରିକା ପକ୍ଷରୁ ଜାପାନ ଓ ଦକ୍ଷିଣ କୋରିଆକୁ ଚିଠି କରାଯାଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, କାମ୍ବୋଡିଆ, ମାଲେସିୟା, ବାଂଲାଦେଶ, ଲାଓସ, ମିଆଁମାର, ବୋସନିଆ, ସର୍ବିୟା, କାଜାଖସ୍ତାନ ଓ ଟୁନିସିଆ ଭଳି ଆଉ ୧୨ଟି ଦେଶକୁ ଚିଠି ଲେଖି ଟ୍ରମ୍ପ ନୂଆ ଟାରିଫ୍‍ ନୀତି ସମ୍ପର୍କରେ ଅବଗତ କରାଇ ଦେଇଛନ୍ତି । ଚିଠି ପଠାଇବା ପରେ ଟ୍ରମ୍ପ ହ୍ୱାଇଟ ହାଉସରୁ ଘୋଷଣା…

Read More