Author: TRUPTIMAYEE SAHOO

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଆଗାମୀ ବିହାର ନିର୍ବାଚନରେ ​​ସମସ୍ତ ୨୪୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି । ଯାହା ଫଳରେ ଜେଡି(ୟୁ)-ବିଜେପି ମେଣ୍ଟ ଏବଂ ମହାଗଠବନ୍ଧନ ସହିତ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେବ । ସୋମବାର ପାଟନାରେ ଦଳ ଏହାର ଜାତୀୟ କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକ ଆୟୋଜନ କରି ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ପ୍ରାର୍ଥୀମାନଙ୍କୁ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଥର ପାଇଁ ବିହାର ନିର୍ବାଚନ ଲଢ଼ିବାକୁ ଥିବା ଦଳ ପ୍ରାରମ୍ଭିକ ଭାବରେ ୪0 ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିବ । ଏହା ବ୍ୟତୀତ, ବୈଠକରେ ଦଳର ସାଂଗଠନିକ ଗଠନକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇଥିଲା । ବରିଷ୍ଠ ଆଇନଜୀବୀ ବସନ୍ତ ଚୌଧୁରୀଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଚୌଧୁରୀ ଦଳର ଜାତୀୟ ଏବଂ ରାଜ୍ୟ…

Read More