Author: TRUPTIMAYEE SAHOO

ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ନିରନ୍ତର ଅଗ୍ରଗତି କରୁଛି। ଯୁଦ୍ଧର ବଦଳୁଥିବା ରଣନୀତି, ଆଧୁନିକ ପ୍ରଯୁକ୍ତି ଏବଂ ପଡ଼ୋଶୀ ଦେଶମାନଙ୍କ ଚ୍ୟାଲେଞ୍ଜ ଭାରତକୁ ଏହା ଅନୁଭବ କରାଇଛି ଯେ ଭବିଷ୍ୟତର ଯୁଦ୍ଧ କେବଳ ସଂଖ୍ୟା ନୁହେଁ, ବରଂ ପ୍ରଯୁକ୍ତି ଏବଂ ନୂତନତ୍ୱ ଦ୍ୱାରା ଜିତାଯିବ। ଏହି କାରଣରୁ ଭାରତର ସବୁଠାରୁ ବଡ଼ ସ୍ୱପ୍ନ ହେଉଛି ବିଶ୍ୱସ୍ତରୀୟ ଷ୍ଟେଲ୍ଥ ଫାଇଟର ଜେଟ୍ ଏବଂ ଏହାର ସ୍ୱଦେଶୀ ଇଞ୍ଜିନ ତିଆରି କରିବା। କିନ୍ତୁ, ପ୍ରଶ୍ନ ଉଠୁଛି ଯେ ଭାରତ ଏପର୍ଯ୍ୟନ୍ତ କାହିଁକି ନିଜର ଷ୍ଟେଲ୍ଥ ଫାଇଟର ଇଞ୍ଜିନ ତିଆରି କରିପାରିନାହିଁ? ଫ୍ରାନ୍ସ ସହ ହେବାକୁ ଥିବା ଚୁକ୍ତି କାହିଁକି ଗୁରୁତ୍ୱପୂର୍ଣ୍ଣ? ଏଯାଏ ଭାରତ କେଉଁ କେଉଁ ଫାଇଟର ଜେଟ୍ ପ୍ରୋଗ୍ରାମକୁ ସଫଳତାର ସହ ବିକଶିତ କରିଛି? ଭବିଷ୍ୟତରେ କ’ଣ ଭାରତ ପ୍ରକୃତରେ ଆମେରିକା ପରି ବଡ଼ ଦେଶମାନଙ୍କୁ ଟକ୍କର ଦେବ? ଆସନ୍ତୁ, କ୍ରମାନୁସାରେ ବୁଝିବା । ଷ୍ଟେଲ୍ଥ ଫାଇଟର ଚତୁର୍ଥ ପିଢ଼ି ନୁହେଁ,…

Read More