Author: TRUPTIMAYEE SAHOO

ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ୩୫ ପ୍ରତିଶତ ମହଙ୍ଗା ହୋଇଯିବ। ତାହା ୪୮୦୦ କୋଟି ଡଲାରର ରପ୍ତାନିକୁ ସିଧାସଳଖ ପ୍ରଭାବିତ କରିବ। ଭାରତରୁ ପ୍ରତିବର୍ଷ ଆମେରିକାକୁ ୧.୭ ଲକ୍ଷ କୋଟି ଟଙ୍କାର ଇଞ୍ଜିନିୟରିଂ ଉତ୍ପାଦ, ୯୦ ହଜାର କୋଟି ଟଙ୍କାର ଗହଣା, ୯୨,୦୦୦ କୋଟି ଟଙ୍କାର ଫାର୍ମା ଉତ୍ପାଦ ରପ୍ତାନି କରାଯାଉଛି। ଆହ୍ୱାନ ସତ୍ତ୍ଵେ ଆମେରିକାକୁ ଡରିବାର କୌଣସି କାରଣ ନାହିଁ ବୋଲି ଚାମ୍ବର ପକ୍ଷରୁ କୁହାଯାଇଛି।…

Read More