Author: TRUPTIMAYEE SAHOO

ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ ପୂର୍ବ ଅଧିବେଶନ ଭଳି ବିରୋଧୀଙ୍କ ବାଧା ଜାରି ରହିଛି। ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ ହେତୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାତ୍ର ୪ ମିନିଟ ସମୟ ପରେ ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି। ଆଜି ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ପ୍ରବେଶ କରିଥିଲେ। ଗୃହର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖି ଚାଷୀଙ୍କ ସାର ସମସ୍ୟା ବିଷୟକୁ ଆଲୋଚନା କରିବାକୁ ବିଜେଡି ନେତାମାନେ ଦାବି କରିଥିଲେ। ଅପରପକ୍ଷେ ଏ ବିଷୟରେ କଂଗ୍ରେସ ପକ୍ଷରୁ ପୂର୍ବରୁ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଏଣୁ ଏହି ବିଷୟକୁ ମୁଲତବୀ ନୋଟିସରେ ଅଣାଯାଇ ଥିବାରୁ ସେ ସମୟରେ ଆଲୋଚନା କରିବାକୁ ଶାସକ ଦଳର ବିଧାୟକମାନେ କହିଥିଲେ। ପ୍ରଶ୍ନୋତ୍ତର କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ…

Read More