Author: TRUPTIMAYEE SAHOO

ପରମାଣୁ ଶକ୍ତି ସମ୍ପନ୍ନ ପାକିସ୍ତାନ ସହିତ ସାଉଦି ଆରବର ପ୍ରତିରକ୍ଷା ଚୁକ୍ତି ପଶ୍ଚିମ ଏସିଆରେ ନୂଆ ପରିବର୍ତ୍ତନର ସଙ୍କେତ ଦେଉଛି। ଏକ ଗୁଇନ୍ଦା ନୋଟରୁ ଜଣାପଡ଼ିଛି ଯେ ଏହି ଚୁକ୍ତି କେବଳ ପରସ୍ପରର ସାମରିକ ସୁରକ୍ଷା ପାଇଁ ସୀମିତ ନୁହେଁ। ତେବେ ସାଉଦି ଆରବ କାଙ୍ଗାଳ ପାକିସ୍ତାନ ସହିତ ଏଭଲି ଚୁକ୍ତି କରିବାର ପ୍ରକୃତ କାରଣ କଣ । ନିଜ ପରମାଣୁ ବୋମାକୁ ଇସଲାମିକ ବୋମା କହୁଥିବା ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ବୁଧବାର ୧୭ ସେପ୍ଟେମ୍ବରରେ ଏକ ପାରସ୍ପରିକ ରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିରେ ଘୋଷଣା କରାଯାଇଛି ଯେ ଯେକୌଣସି ଦେଶ ଉପରେ ଆକ୍ରମଣକୁ ଉଭୟଙ୍କ ବିରୁଦ୍ଧରେ ଆକ୍ରମଣ ବୋଲି ବିବେଚନା କରାଯିବ। ଏହି ଚୁକ୍ତିର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଗତ ସପ୍ତାହରେ କତାର ଉପରେ ଇସ୍ରାଏଲର ଆକ୍ରମଣ ପରେ ହୋଇଛି। ଦୋହା ଉପରେ ଇସ୍ରାଏଲର ଆକ୍ରମଣ ଉପସାଗରୀୟ କ୍ଷେତ୍ରର ମୁସଲିମ ଦେଶମାନଙ୍କ ଚିନ୍ତା…

Read More