Author: TRUPTIMAYEE SAHOO

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ଅନେକ ନିର୍ଯାତନା ଦେଇଛି। ତାଙ୍କୁ ପ୍ରାର୍ଥୀ କରିବାକୁ କହି ତାଙ୍କଠୁ ଟିକଟ ଛଡ଼ାଇ ନେଇଛି। ସେ କ’ଣ ପାଇଁ କହୁଛନ୍ତି ତାହାକୁ ବୁଝିବାକୁ ଚେଷ୍ଟା କରିବା ବଦଳରେ ଚର୍ଚ୍ଚା କରିବା ଉଚିତ ନୁହେଁ। ବରଂ ସେ ଯାହା କହୁଛନ୍ତି ଠିକ୍‍ କହୁଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ। ଆଜି କଟକଠାରେ ଶ୍ରୀ ସାମନ୍ତରାୟ କେବଳ ଶ୍ରୀମୟୀ ନୁହଁନ୍ତି ନିକଟରେ ଦଳରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍‍ଲ ମଲ୍ଲିକଙ୍କ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି। ସେ ହାରିଛନ୍ତି ବୋଲି ଅଣ ଦେଖା କରିବା ଉଚିତ ନୁହେଁ ବୋଲି କହିଛନ୍ତି ଦେବାଶୀଷ। ଏପରିକି ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି ସେ ମତ ଦେଇଛନ୍ତି। ଯେଉଁମାନେ ଏବେ ଦଳରେ ନିଜ ମୁହଁ ଖୋଲୁଛନ୍ତି ସେମାନଙ୍କ ଅଭିଯୋଗକୁ ଶୁଣିବାକୁ ଆହ୍ୱାନ ଦେଇଛନ୍ତି ଦେବାଶୀଷ। ବିନା ଶୁଣାଣିରେ କାର୍ଯ୍ୟାନୁଷ୍ଠାନକୁ ସେ ଗ୍ରହଣ କରି ନାହାନ୍ତି। ସେ…

Read More