Author: TRUPTIMAYEE SAHOO

ଆନୁପାତିକ ଭିତ୍ତିରେ ନାମଲେଖା ନହେବା ତଥା ସ୍କୁଲ୍‍ଗୁଡ଼ିକର ମିଶ୍ରଣ ନିଷ୍ପତ୍ତି ହେତୁ ରାଜ୍ୟ ସରକାର ୪୬୧୯ଟି ପ୍ରାଥମିକ ସ୍କୁଲ୍‍କୁ ବନ୍ଦ କରାଯାଇଛି। ହେଲେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଓ ଦାବିକୁ ବିଚାର କରାଯାଇ ବିଜେପି ସରକାର ଆସିବା ପରେ ୪୦ଟି ସ୍କୁଲ୍‍କୁ ପୁଣିଥରେ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଥିବା ସ୍କୁଲ୍‍ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଉ ୫ଟି ସ୍କୁଲ୍‍ ଖୋଲିବା ପାଇଁ ନିବେଦନ ସରକାରଙ୍କ ନିକଟରେ ପଡ଼ି ରହିଛି ବୋଲି ସେ ସ୍ପଷ୍ତଟ କରିଛନ୍ତି। କିନ୍ତୁ କେଉଁ ଆଧ଼ାରରେ ଏହି ସ୍କୁଲ୍‍ଗୁଡ଼ିକୁ ଖୋଲା ଯାଉଛି ତାହାର କୌଣସି ଜବାବ ମନ୍ତ୍ରୀ ଦେଇ ନାହାନ୍ତି। ଆଜି ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଆଲୋଚନା ହୋଇଥିବା ଏକମାତ୍ର ପ୍ରଶ୍ନରେ ବିଧାୟକ ଟଙ୍କଧର ତ୍ରିପାଠୀ ସରକାରଙ୍କୁ ବନ୍ଦ ଥିବା ସ୍କୁଲ୍‍ ଓ ଏହାର ଖୋଲିବା ନୀତି ବାବଦରେ ପଚାରିଥିଲେ। ବନ୍ଦ ଥିବା ସ୍କୁଲ୍‍ଗୁଡ଼ିକୁ ଖୋଲିବା ପାଇଁ କେଉଁ ନିୟମକୁ ଗୟହଣ କରାଯାଉଛି ତାହା ପଚାରିଥିଲେ।…

Read More