Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ମାଟି କାମୁଡି ପଡ଼ିଛି। ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜେପି ପ୍ରାର୍ଥୀ ଜୟରାମ ଢୋଲକିଆଙ୍କଠାରୁ ଲଜ୍ୟାଜନକ ଭାବେ ୮୨ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିବା ସହିତ ମାତ୍ର ୩୮ହଜାର ୪୦୮ ଭୋଟ ପାଇଛନ୍ତି। ବିଜେଡିର ଏହି ପରାଜୟ ସହିତ ରାଜ୍ୟରେ ବିଜେଡି ଆଉ ଅଣ୍ଟାସଳଖି ଉଠିପାରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ବିଧାନସଭା ନିର୍ବାଚନରେ ବିଜେଡିର ପତନ, ନବୀନଙ୍କ ଅସୁସ୍ଥ ସ୍ୱାସ୍ଥ୍ୟ, ପାଣ୍ଡିଆନଙ୍କ ପ୍ରମୁଖ ଭୂମିକା ଓ ସ୍ଥାନୀୟ ନେତାମାନଙ୍କ ଅସନ୍ତୋଷ-ଏହିସବୁ କାରଣ ମିଶି ଆଜି ବିଜେଡିକୁ ଏକ ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ମୋଡ଼ରେ ଆଣି ଦେଇଛି। କିନ୍ତୁ ନୂଆପଡ଼ା ଉପନିର୍ବାଚନର ପରାଜୟ ବିଜେଡି ପାଇଁ ସାଧାରଣ ଝଟକା ନୁହେଁ। ଏହା ଦଳର ଭିତରେ ସ୍ଥିତିଗତ ସଙ୍କେତ ଦେଇଥିବା ଏକ ବ୍ରେକିଂ ପଏଣ୍ଟ। ନୂଆପଡ଼ା ଫଳାଫଳ ବିଜେଡିର • ରାଜନୀତିକ ନିୟନ୍ତ୍ରଣ, • ଦଳୀୟ ସଂଗଠନ,…

Read More