Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନ ଫଳାଫଳ ସହିତ ବିହାର ନିର୍ବାଚନର ଗଣନା ଶେଷ ହୋଇ ଫଳାଫଳ ଚୁଡ଼ାନ୍ତ ଭାବରେ ସାମ୍ନାକୁ ଆସିଛି। ଦୁଇଟି ରାଜ୍ୟ, ଦୁଇ ପ୍ରକାର ରାଜନୈତିକ ଗଠନ, ଦୁଇ ପୃଷ୍ଠଭୂମି- କିନ୍ତୁ ଫଳ ଗୋଟିଏ; ବିଜେପିର ଏକପାଖିଆ ବିଜୟ। ଓଡ଼ିଶାରେ ନୂଆପଡ଼ା- ଯାହା ଗତ କିଛିମାସ ଧରି ରାଜ୍ୟର ରାଜନୈତିକ ତାପମାତ୍ରାକୁ ବଢ଼ାଇ ରଖିଥିଲା; ସେଠାରେ ବିଜେପିର ଅଭୁତପୂର୍ବ ବିଜୟ ହାସଲ କରିଛି। ନୂଆପଡ଼ା ସହିତ ବିହାରରେ ଏନଡିଏର ବିପୁଳ ବିଜୟ, ଯାହାକୁ ଗଢ଼ିବାରେ ପରଦାର ପଛରୁ ମୁଖ୍ୟ ଭୂମିକା ନେଇଥିଲେ ଓଡ଼ିଆ ନେତା ଧର୍ମେନ୍ଦ୍ର ପ୍ରଧାନ। ଏକ ଦିନରେ ଦୁଇଟି ବଡ଼ ନିର୍ବାଚନ ବିଜୟ- ନିଶ୍ଚୟ ଓଡ଼ିଶା ବିଜେପି ପାଇଁ ‘ଡବଲ ଖୁସି’ କିନ୍ତୁ ଏହି ବିଜୟ କେବଳ ଭୋଟରେ ଯୋଗ-ବିଯୋଗର ସରଳ ଗଣିତ ନୁହେଁ; ଏହା ଆଗାମୀ ରାଜନୀତିକ ଘଟଣାକୁ ଗଭୀର ଭାବରେ ପ୍ରଭାବିତ କରିବାକୁ ସକ୍ଷମ ଏକ ବଡ଼ ସଙ୍କେତ। ନିର୍ବାଚନ ଫଳାଫଳ ଯେତେ ମହତ୍ତ୍ୱପୂର୍ଣ୍ଣ ହେଉଛି…

Read More