ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ମାଟି କାମୁଡି ପଡ଼ିଛି। ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜେପି ପ୍ରାର୍ଥୀ ଜୟରାମ ଢୋଲକିଆଙ୍କଠାରୁ ଲଜ୍ୟାଜନକ ଭାବେ ୮୨ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିବା ସହିତ ମାତ୍ର ୩୮ହଜାର ୪୦୮ ଭୋଟ ପାଇଛନ୍ତି। ବିଜେଡିର ଏହି ପରାଜୟ ସହିତ ରାଜ୍ୟରେ ବିଜେଡି ଆଉ ଅଣ୍ଟାସଳଖି ଉଠିପାରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗତ ବିଧାନସଭା ନିର୍ବାଚନରେ ବିଜେଡିର ପତନ, ନବୀନଙ୍କ ଅସୁସ୍ଥ ସ୍ୱାସ୍ଥ୍ୟ, ପାଣ୍ଡିଆନଙ୍କ ପ୍ରମୁଖ ଭୂମିକା ଓ ସ୍ଥାନୀୟ ନେତାମାନଙ୍କ ଅସନ୍ତୋଷ-ଏହିସବୁ କାରଣ ମିଶି ଆଜି ବିଜେଡିକୁ ଏକ ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ମୋଡ଼ରେ ଆଣି ଦେଇଛି।
କିନ୍ତୁ ନୂଆପଡ଼ା ଉପନିର୍ବାଚନର ପରାଜୟ ବିଜେଡି ପାଇଁ ସାଧାରଣ ଝଟକା ନୁହେଁ। ଏହା ଦଳର ଭିତରେ ସ୍ଥିତିଗତ ସଙ୍କେତ ଦେଇଥିବା ଏକ ବ୍ରେକିଂ ପଏଣ୍ଟ।
ନୂଆପଡ଼ା ଫଳାଫଳ ବିଜେଡିର
• ରାଜନୀତିକ ନିୟନ୍ତ୍ରଣ,
• ଦଳୀୟ ସଂଗଠନ,
• ନେତୃତ୍ୱ ପ୍ରତି ଆସ୍ଥା,
• ପାଣ୍ଡିଆନଙ୍କ ଭୂମିକା,
• ଏବଂ ନବୀନ–ପାଣ୍ଡିଆନ ଯୁଗଳକୁ ନେଇ ମନୋଭାବ ପ୍ରତ୍ୟେକ ସ୍ତରରେ ପୁନଃବିଚାର କରାଇବାକୁ ବାଧ୍ୟ କରିଛି।
ବିଜେଡି ନେତାଙ୍କ ଆକଳନ ଭୁଲ ହେଲା
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହୁଥିଲେ ନବୀନ ପଟ୍ଟନାୟକ ବାମ ହାତ ହଲେଇ ଦେଲେ ପୁଣି ସେମାନେ ନିର୍ବଚନ ଜିତି ପାରିବେ ଓ ବିଜେପି ହାରିଯିବ। ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ୧୦ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ। ପ୍ରମିଳାଙ୍କ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି। ଗତ ନିର୍ବାଚନରେ ନବୀନଙ୍କ ରୁଗ୍ଣ ସ୍ୱାସ୍ଥ୍ୟ ଯୋଗୁ ମତଦାତାମାନେ ଯେପରି ବିଜେଡିକୁ କ୍ଷମତାରୁ ବିତାଡ଼ିତ କରିଥିଲେ ତାହାର ପୁନରାବୃତ୍ତି ନୂଆପଡ଼ା ନିର୍ବାଚନରେ ଦେଖିବାକୁ ମିଳିଛି।
ଗତ ଦୀର୍ଘ ୨ ଦଶକରେ ଏହା ସତ୍ୟତା ଥିଲା। ଏହା ନବୀନଙ୍କ ଜନପ୍ରିୟତା, ସ୍ୱଚ୍ଛ ଇମେଜ, ଓ ଦଳର ଏକାଧିକ୍ୟ ରାଜନୀତିର ସଫଳ ସୃଷ୍ଟିଥିଲା। ନବୀନଙ୍କ ଛାୟାମୂର୍ତ୍ତି ଏବେ ମତଦାତାଙ୍କୁ ପ୍ରଭାବିତ କରୁନାହିଁ-ଏହା ନୂଆପଡ଼ା ଜଣାଇଦେଲା।
ଏହି ଫଳାଫଳର ମୂଳକାରଣ ଦୁଇଟି-
୧. ନବୀନଙ୍କ ସ୍ୱାସ୍ଥ୍ୟ ନେଇ ଆଶଙ୍କା,
୩. ଦେଖାଯାଉଥିବା ନୂଆ ପାଣ୍ଡିଆନ–ଶାସନ ରୂପରେ ଅସ୍ୱୀକୃତି।
ମତଦାତାଙ୍କ ମତ- “ଯେତେବେଳେ ନେତା ନିଜେ ଲଡ଼ିପାରୁନାହାନ୍ତି, ସେ କାହିଁକି ଆମ ପ୍ରାର୍ଥୀକୁ ଚୟନ କରିବେ?”
ବିଜେଡିର ପୁରୁଣା ନୀତିକୁ ନୂଆପଡ଼ା ଖାରଜ କଲା

ପୂର୍ବରୁ ବିଜେଡି ଯେପରି ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳିରେ ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ଆଣି ବିଜୟୀ କରାଇବା ପରମ୍ପରା ଚଳାଇଥିଲେ ତାହାକୁ ଆଦିବାସୀ ବହୁଳ ତଥା ଅନୁନ୍ନତ ଅଞ୍ଚଳ ନୂଆପଡ଼ା ମତଦାତାମାନେ ପ୍ରତ୍ୟାଖାନ କରିଛନ୍ତି। ସେମାନେ ମାଟିର ପୁଅକୁ ଅଗ୍ରାଧିକାର ଦେଇଛନ୍ତି। ସ୍ନେହାଙ୍ଗିନୀଙ୍କୁ ଯେଉଁମାନେ ପ୍ରାର୍ଥୀ କରିଥିଲେ ସେମାନଙ୍କଠାରୁ ଦଳର ନେତାମାନେ ଉତ୍ତର ଚାହିଁବେ।
କିନ୍ତୁ ନୂଆପଡ଼ା ଅଞ୍ଚଳ-
• ଅନୁନ୍ନତ,
• ଆଦିବାସୀ ବହୁଳ,
• ମାଟି–ମଣିଷ ଭିତ୍ତିକ ସଂସ୍କୃତି,
• ସ୍ଥାନୀୟ ମୂଲ୍ୟବୋଧ ଓ ଅସ୍ମିତା–ସଚେତନ।
ନୂଆପଡ଼ାବାସୀ ବିଜେଡିର ଏହି ନୀତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି।
ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥିତ୍ୱକୁ ସ୍ଥାନୀୟ ମତଦାତା “ପ୍ୟାକେଜ୍ ଆମଦାନି” ଭାବେ ଦେଖିଛନ୍ତି।
ତା’ପରେ ଶ୍ରୀମୟୀ ମିଶ୍ରଙ୍କ କଥା-“ମାମୁଘର ଲୋକମାନେ ସମର୍ଥନ କରିନାହାନ୍ତି।” ଏହା ଦଳର ଉପରେ ବିଶ୍ୱାସ ଅଭାବର ଏକ ସ୍ପଷ୍ଟ ସଂକେତ।
ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’। ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା ।
ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ।
ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ? ଥରୁଟିଏ ତ ନିଜ ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ- ନୂଆପଡ଼ା ଅଞ୍ଚଳରେ କ’ଣ କେହି ଯୋଗ୍ୟ ନଥିଲେ? ନା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚାଟୁକାର ଗୋଷ୍ଠୀର ନେତାମାନେ ଫୁଲ୍ ଦମରେ ଲାଗି ପଡ଼ିଲେ । ଏତେ ବିପର୍ଯ୍ୟୟ ପରେ ବି ସେହି ତାମିଲ ବ୍ୟକ୍ତିର ‘ଘର ଭଙ୍ଗା’ ‘ବଂଶ ନିପାତ’ ଚାଲକୁ କ’ଣ ବୁଝିବାରେ ଆମ ରାଜ୍ୟର ନେତାମାନେ ଏତେ ଅକ୍ଷମ?
ଆମ ସମସ୍ତଙ୍କ ପ୍ରିୟ ନବୀନବାବୁ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଓ ଦେଶର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିଥାନ୍ତେ, ତାଙ୍କୁ ଟିମ୍ ଭାଇରସ୍ (ଭଣ୍ଡ ସନ୍ୟାସୀଙ୍କ ଚାଟୁକାର ଗୋଷ୍ଠୀ) ଆଜି ଇତିହାସ ବନେଇ ଦେଲେ । ତାଙ୍କର ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଜାଣି ମଧ୍ୟ ସୁଚିନ୍ତିତ ଢଙ୍ଗରେ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ନେଇ ତାଙ୍କୁ ସର୍ବସାଧାରଣରେ ‘ସମବେଦନାର ପାତ୍ର’ କରାଇବାକୁ ବି ପଛାଇଲେ ନାହିଁ ।
ଇତିହାସ ନିଶ୍ଚୟ, ଆପଣମାନଙ୍କୁ ଶ୍ରେଷ୍ଠ ଚାଟୁକାର ଓ ବିଜେଡି ବିପର୍ଯ୍ୟୟର ‘ସିଖି ମାନେଇ’ ଭାବେ ମନେରଖିବ । ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ?
ଧନ୍ୟରେ ତାମିଲ୍ ଭକ୍ତଗଣ, କେବେ ତ ବିବେକୀ ହୁଅ
ନବୀନଙ୍କ ’ବେଇମାନ’ ଶବ୍ଦ ବୁମେରାଂ ହେଲା
ନବୀନ ପରିଣତ ବୟସରେ ତାଙ୍କଠାରୁ ସାନ ପିଲା ଜୟ ଢୋଲକିଆଙ୍କୁ ଯେପରି ବେଇମାନ ବୋଲି କହିଲେ ତାହାକୁ ନୂଆପଡ଼ାବାସୀ ସହଜରେ ଗ୍ରହଣ କରିନାହାନ୍ତି। ସେମାନେ ଏହାର ଜବାବ ବାଲାଟ ପେପରରେ ଦେଇଛନ୍ତି।
ନବୀନ ଏହି ଭାଷା—
• ସାନ ନେତାକୁ ଲକ୍ଷ୍ୟ କରିଥିଲା,
• ନୂତନ ମତଦାତାଙ୍କ ମନରେ ନବୀନଙ୍କ ଆକ୍ଷେପ ଅସନ୍ତୋଷ ତିଆରି କଲା,
• ନବୀନଙ୍କ ସାଧୁ ଓ ସଂଯମ ଇମେଜକୁ ଖରାପ କଲା।
ଫଳରେ ମତଦାତା ଏହାକୁ “ଅନଫେୟାର ଆକ୍ରମଣ” ଭାବେ ଦେଖି ବିଜେଡିକୁ ତାର ସ୍ଥାନ ଦେଖାଇଦେଇଛନ୍ତି।
ପାଣ୍ଡିଆନପନ୍ଥୀ ଗୋଷ୍ଠୀ ଓ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୁଳନ
ନୂଆପଡ଼ାରେ ପାଣ୍ଡିଆନପନ୍ଥୀ ନେତାମାନେ ମୂଳରୁ ଯେପରି ପତିଆରା ଦେଖାଇବା ଆରମ୍ଭ କଲେ ସେଥିରେ ସ୍ଥାନୀୟ ନେତାମାନେ ତାଙ୍କୁ ଗ୍ରହଣ କରିନଥିବା ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି। ଯାହାଫଳରେ ଗତଥରଠାରୁ ବିଜେଡି ପ୍ରାର୍ଥୀ ପ୍ରାୟ ୩୦ହଜାର କମ ଭୋଟ ପାଇଛନ୍ତି। ଏହି ବିପର୍ଯ୍ୟୟକୁ ବିଜେଡି ଭିତରେ “ପାଣ୍ଡିଆନ ଫ୍ୟାକ୍ଟର” ଭାବରେ ବୁଝାଯାଉଛି।
ବିଜେଡି ବିନାଶର ମୂଳ କାରଣ ପାଣ୍ଡିଆନ!
ପାଣ୍ଡିଆନ ଗତ ନିର୍ବାଚନରେ ଆଗକୁ ଆସି ନିର୍ବାଚନ ପ୍ରଚାର କରି ଯେପରି ଦଳକୁ ବୁଡ଼ାଇଥିଲେ ଏବେ ପରଦା ପଛରେ ରହି ଦଳ ପରିଚାଳନା କରୁଥିବା ପ୍ରସଙ୍ଗକୁ ରାଜ୍ୟର ମତଦାତାମାନେ ସହଜରେ ଗ୍ରହଣ କରିପାରୁନଥିବା ନୂଆପଡ଼ା ଉପନିର୍ବାଚନରୁ ପ୍ରମାଣିତ ହୋଇଛି। ଏହି ଫଳାଫଳ ବିଜେଡି ଭିତରେ ପୁଣିଥରେ ପାଣ୍ଡିଆନ ବିରୋଧୀ ଅଭିଯାନକୁ ବଳ ମିଳିବ। ଏପରିକି ଯେଉଁ ନେତାମାନେ ପାଣ୍ଡିଆନଙ୍କୁ ବିଜେଡି ବିନାଶର କାରଣ ବୋଲି କହୁଥିଲେ ସେମାନଙ୍କ ଆକ୍ରମଣ ଆହୁରି ତୀବ୍ର ହୋଇପାରେ। ଅପରପକ୍ଷରେ ପାଣ୍ଡିଆନ ବିଗ୍ରେଡ ଏହାର କିପରି ମୁକାବିଲା କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।
ସମ୍ଭାବନା ରହିଛି-
-ସେମାନେ ନେତୃତ୍ୱ ଠାରୁ ପରିବର୍ତ୍ତନ ଚାହିଁବେ,
-ପାଣ୍ଡିଆନ କେନ୍ଦ୍ରିକ ଦଳ ପରିଚାଳନାକୁ ପ୍ରତିରୋଧ କରିବେ,
-ପ୍ରଭାବୀ ନେତାମାନେ ଭିନ୍ନ ଦାବି ଉଠାଇବେ।
ଏବଂ ଯଦି ସେମାନଙ୍କ କଥା ଶୁଣାଯିବ ନାହିଁ- ‘ବିଜେଡି ଭାଙ୍ଗିବ’ ଯଥେଷ୍ଟ ଆଶଙ୍କା ରହିଛି।
ସୁଜାତା ରାଉତଙ୍କ ‘ଲଞ୍ଚ ପ୍ଲାନ’ ଧ୍ୱଂସ୍ତ: ପାଣ୍ଡିଆନ ସମ୍ରାଜ୍ୟକୁ ବଡ଼ ଚୋଟ
ସବୁଠାରୁ ବଡ଼ କଥା ହେଲା ବିଜେଡିର ପାଣ୍ଡିଆନପନ୍ଥୀ ନେତାମାନେ ନୂଆପଡ଼ା ନିର୍ବାଚନ ଜିତିବା ପରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡି ରାଜନୀତିର ଲଞ୍ଚ କରିବାକୁ ଯେଉଁ ଯୋଜନା କରିଥିଲେ ତାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଶୀତଳ ଭଣ୍ଡାରକୁ ଚାଲିଯାଇପାରେ। ଭବିଷ୍ୟତରେ ମଧ୍ୟ ଏହା ହେବ କି ନାହିଁ-ସନ୍ଦେହ ସୃଷ୍ଟି କରିଛି। ଏପରିକି ପାଣ୍ଡିଆନଙ୍କୁ ଆଉ ଦଳରେ ସହ୍ୟ କରାଯିବ ବୋଲି ତାଙ୍କ ବିରୋଧୀମାନେ ଦାବି କରିବା ସହିତ ପ୍ରଭାବଶାଳୀ ହେବେ ବୋଲି ଆଶା କରାଯାଉଛି। ଯଦି ବିଜେଡି ନେତୃତ୍ୱ ସେମାନଙ୍କ କଥା ନ ଶୁଣନ୍ତି ତେବେ ସେମାନେ ଭିନ୍ନ ରାସ୍ତା ଦେଖିବାର ବହୁତ ସମ୍ଭାବନା ରହିଛି। ଏହା ବିଜେଡି ନେତୃତ୍ୱ ପାଇଁ ରାଜନୀତିକ ଚେତାବନୀ- ପାଣ୍ଡିଆନଙ୍କୁ ନେଇ “ଜନତା ଓ ଦଳୀୟ ନେତା ଓ କର୍ମୀ ସମସ୍ତେ ଅସନ୍ତୁଷ୍ଟ।”
ବିଜେପିର ଜୟ: ମାଟିର ପୁଅ ତଥା ଜନଭାବନାର ଜୟ
ଜୟ ଢୋଲକିଆ-
• ସ୍ଥାନୀୟ,
• ଚେହେରା ଚିରପରିଚିତ,
• ସକ୍ରିୟ ନେତା,
• ମାଟିର ପୁଅ।
ଏହାର ସମ୍ମିଳିତ ଛବି ନୂତନ ରାଜନୀତିକ ଲଢ଼େଇର ସୂତ୍ର ଦେଲା- “ବାହାରର ନେତା ନୁହେଁ, ଆମର ଲୋକକୁ ଆମେ ଚାହୁଁ।”
ବିଜେପି ଏହାକୁ ବୁଝି ପାରିଲା- ବିଜେଡି ବୁଝିପାରିଲା ନାହିଁ।
ଏବେ ପ୍ରଶ୍ନ- ଏହି ଫଳାଫଳ କେବଳ ନୂଆପଡ଼ାର ନିଷ୍ପତ୍ତି କି?
ନା-ଏହା ଆସନ୍ତା ୨–୩ ବର୍ଷର ଭିତରେ ରାଜ୍ୟରେ ବିଜେଡି ରାଜନୀତିକ ମାନଚିତ୍ର ନିର୍ଦ୍ଦିଷ୍ଟ କରିପାରେ।
ବିଜେଡି ଆଗକୁ କ’ଣ କରିବ? (ଚାରିଟି ବଡ଼ ଚ୍ୟାଲେଞ୍ଜ)
୧) ନବୀନଙ୍କ ଉତ୍ତରାଧିକାର ପ୍ରଶ୍ନ ସମସ୍ତ ମନରେ ପୁଣି ଉଠିବ
ଦଳ ଏବେ
• ଏକୁଟିଆଥିବା ନେତା,
• ତାଙ୍କର ଅସୁସ୍ଥ ସ୍ୱାସ୍ଥ୍ୟ,
• ଦଳରେ ପାଣ୍ଡିଆନ–ପ୍ରଭାବ ମଡେଲ- ତିନିଟି ଦ୍ୱନ୍ଦ୍ୱରେ ଅଟକିଛି।
୨) ପାଣ୍ଡିଆନଙ୍କ ଭୂମିକା ପୁନଃ ପରିଭାଷିତ ହୋଇପାରେ
ଦଳ ଭିତରେ ପାଣ୍ଡିଆନ–ବିରୋଧ ଏବେ ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ଏହି ଗୋଷ୍ଠୀର ଏକମାତ୍ର ଦାବି ପାଣ୍ଡିଆନ ଦଳୀୟ କଥାରେ ମୁଣ୍ଡ ନ ପୁରାନ୍ତୁ। ଏପରିକି ଏବ ତାଙ୍କୁ ରାଜ୍ୟରୁ ବାହାର କରିବା ପାଇଁ କିଛି ଗୋଷ୍ଠୀ କାମ କରିବେ।
୩) ପ୍ରାର୍ଥୀ ବଛାରେ ସ୍ଥାନୀୟତାକୁ ପ୍ରାଥମିକତା ଦିଆଯାଇପାରେ।
ବିଜେଡି ଯଦି ପୁରୁଣା ନୀତି ଫେରାଇବ, ଅଧିକ ପରାଜୟ ଦେଖିବ।
୪) ଯୁବ ନେତାମାନଙ୍କୁ ପ୍ରାଧାନ୍ୟ ଦେବ। ବିଜେଡିରେ ବହୁ ବର୍ଷ ଧରି କେନ୍ଦ୍ରୀୟ କଣ୍ଟ୍ରୋ ରାଜନୀତି ଚାଲି ଆସୁଥିଲା ଏବେ ସେହି ବ୍ୟବସ୍ଥା ଭାଙ୍ଗିପଡ଼ିଛି।
ରାଜ୍ୟରେ ନୂଆ ରାଜନୀତି-ବଦଳିଥିବା ପରିବେଶ
ନୂଆପଡ଼ା ପ୍ରମାଣ କଲା- ଓଡ଼ିଶାର ମତଦାତା
• ଆଉ ଭାବପ୍ରବଣ ନୁହେଁ,
• ଇମେଜ ପ୍ରତି ଧ୍ୟାନ ଅଛି,
• ପ୍ରତିଶ୍ରୁତି ଓ ପ୍ରଚାରକୁ ଆନ୍ଧାଭାବେ ବିଶ୍ୱାସ କରୁନାହାନ୍ତି,
• ସ୍ଥାନୀୟ ହିତ-ସବୁଠୁ ଗୁରୁତ୍ୱପୁର୍ଣ୍ଣ।
ଏବଂ ସବୁଠୁ ବଡ଼ ମେସେଜ୍- “ନେତାର ଯାଦୁ ଆଜି ନାହିଁ; ମତଦାତାର ମନୋଭାବ ଅଲଗା।”
ନୂଆପଡ଼ା ବିଜେଡି ପାଇଁ ରେଡ୍ ଆଲର୍ଟ

ବିଜେଡି ଯେଉଁ ସ୍ଥିତିରେ ଅଛି- ଏହା “ପ୍ରାକୃତିକ ପରାଜୟ” ନୁହେଁ, ବରଂ ଏକ ସଂଗଠନମୂଳକ ଓ ନେତୃତ୍ୱ ସଙ୍କଟର ଫଳାଫଳ।
ନୂଆପଡ଼ା ଉପନିର୍ବାଚନ ଦେଇଛି ଏକ ଖୋଲା ବାର୍ତ୍ତା-
“ଯଦି ନୂତନ ନେତୃତ୍ୱ ମଡେଲ, ସ୍ଥାନୀୟ ନିୟନ୍ତ୍ରଣ, ଓ ଦଳୀୟ ଲୋକତନ୍ତ୍ର ଆସିବ ନାହିଁ; ତେବେ ବିଜେଡି ଆଗାମୀ ସମୟରେ ଅଧିକ କଠିନ ପରିସ୍ଥିତି ଦେଖିବ।”
ନବୀନଙ୍କ ବାମହାତର “ମନ୍ତ୍ର”—ଯାହା ଦୁଇ ଦଶକ ଧରି ଦଳକୁ ଜୀବନ ଦେଇଥିଲା-ଏବେ ଗାଏବ।
ଏବେ ନୂଆପଡ଼ା ପଚାରୁଛି- “ନୂଆ ରାସ୍ତା କ’ଣ?”
also read https://purvapaksa.com/bhakta-das/


