Author: TRUPTIMAYEE SAHOO

ନୂଆପଡ଼ାରେ ବାଜିମାତ୍ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ମାଟି କାମୁଡି ପଡ଼ିଛି। ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜେପି ପ୍ରାର୍ଥୀ ଜୟରାମ ଢୋଲକିଆଙ୍କଠାରୁ ଲଜ୍ୟାଜନକ ଭାବେ ୮୨ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିବା ସହିତ ମାତ୍ର ୩୮ହଜାର ୪୦୮ ଭୋଟ ପାଇଛନ୍ତି। ବିଜେଡିର ଏହି ପରାଜୟ ସହିତ ରାଜ୍ୟରେ ବିଜେଡି ଆଉ ଅଣ୍ଟାସଳଖି ଉଠିପାରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସହିତ ବହୁ ଦିନର କସରତର ଅନ୍ତ ଘଟିଛି । ନିର୍ବାଚନକୁ ନେଇ ନେତାଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିଲେ । ଏମିତିକି ରାଜ୍ୟ ବାହାର ନେତା ମଧ୍ୟ ରାଲିରେ ସାମିଲ ହୋଇଥିଲା ।ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଲୋକଙ୍କ ପାଖରେ ପହଂଚିଥିଲେ । ଆଜି ନିର୍ବାଚନର ଫଳାପଳ ଆସିବାପରେ ସବୁ ଅପେକ୍ଷାର ଅନ୍ତ…

Read More