Author: TRUPTIMAYEE SAHOO

ଶ୍ରୀକ୍ଷେତ୍ରର ବାଲୁକା ବେଳାଭୂମିରେ ସମୁଦ୍ରର ଗର୍ଜନ, ବଡ଼ଦାଣ୍ଡରେ ଭକ୍ତମାନଙ୍କର ‘ଜୟ ଜଗନ୍ନାଥ’ ଧ୍ୱନି ଏବଂ ନୀଳଚକ୍ରର ପବିତ୍ର ଛାୟା—ଏ ସବୁରି ଭିତରେ ଲୁଚି ରହିଛି ଏକ ଅସରନ୍ତି ରହସ୍ୟ, ଏକ ଅନନ୍ତ ଆଶ୍ଚର୍ଯ୍ୟ। ସେ ଆଶ୍ଚର୍ଯ୍ୟ ହେଉଛନ୍ତି ଆମର କାଳିଆ ଠାକୁର, ମହାପ୍ରଭୁ ଶ୍ରୀଜଗନ୍ନାଥ। ସାରା ବିଶ୍ୱର ନାଥ ସେ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାରେ ଯିଏ ସର୍ବସ୍ୱ। ହେଲେ ଯେତେବେଳେ ପ୍ରଶ୍ନ ଉଠେ—ଆମ କାଳିଆ କେତେ ଧନୀ? ଆମ ଜଗାର କେତେ ସମ୍ପତ୍ତି ଅଛି? ସେତେବେଳେ କେବଳ ଭକ୍ତି ଭାବନାର ଶୁଅ ଛୁଟେନି, ବରଂ ବାସ୍ତବ ଜଗତର କିଛି ଅସଲ ତଥ୍ୟ ବିଷୟରେ ଜାଣିବାକୁ ଇଛା ହୁଏ , ମନରେ ଉତ୍କଣ୍ଠା ଭରି ଯାଏ । ସତରେ କଣ ଆମ ଜଗା ଏତେ ଧନୀ ? ପ୍ରଥମଥର ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଟିଏ) ପକ୍ଷରୁ ଶ୍ରୀମନ୍ଦିରର ସମ୍ପତ୍ତି ଓ ଆୟର ସ୍ୱଚ୍ଛ ତଥ୍ୟ ସାର୍ବଜନୀନ କରାଯାଇଛି। ଏହି ତଥ୍ୟ…

Read More